କନକ ବ୍ୟୁରୋ : ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ବା ହାଲ ତରଫରୁ ଏୟାରଶୋରେ ପ୍ରଦର୍ଶିତ ଏଚଏଲଏଫଟି-୪୨ ବିମାନରୁ ପ୍ରଭୁ ହନୁମାନଙ୍କ ଫଟୋ କାଢି ଦେଇଛି । ବେଙ୍ଗାଲୋର ଠାରେ ଆୟୋଜିତ ଏୟାର ଇଣ୍ଡିଆ ଶୋରେ ଏହି ଯୁଦ୍ଧ ବିମାନକୁ ପ୍ରଦର୍ଶିତ କରାଯାଇଥିଲା । ଏହି ବିମାନରେ ଏକ ଫଟୋ ଲାଗିଥିଲା । ଯେଉଁ ଫଟୋଟି ପ୍ରଭୁ ହନୁମାନ ହାତରେ ଗଦା ଧରି ଉଡୁଥିବାର ଚିତ୍ର ଥିଲା । ଏହାସହ ବିମାନରେ ଲେଖାଯାଇଥିଲା କି ବାତ୍ୟା ଆସୁଛି । ଏହି ବିମାନକୁ ନେଇ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ବେଶ୍ ଭାଇରାଲ ହୋଇଥିଲା ।

Advertisment

ଏୟାରଶୋ ସମୟରେ ଏହି ବିମାନରେ ଲାଗିଥିବା ଫଟୋକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ପ୍ରଶ୍ନ ଉଠାଇଥିଲେ । ଲୋକଙ୍କ ପ୍ରଶ୍ନ ଥିଲା କି, ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏକ ଯୁଦ୍ଧ ବିମାନରେ କିଭଳି ଭାବେ ହନୁମାନଙ୍କ ଫଟୋ ଲଗାଯାଇପାରିବ ? ହେଲେ କମ୍ପାନୀ ତରଫରୁ ବିମାନରେ ହନୁମାନ ଫଟୋ ଲାଗିବା ନେଇ ଦୁଇଟି କାରଣ ଦର୍ଶାଯାଇଥିଲା । ପ୍ରଥମଟିରେ କୁହାଯାଇଥିଲା କି ଏହି ବିମାନ ହନୁମାନଙ୍କ ଶକ୍ତିରୁ ପ୍ରେରିତ ହୋଇଛି । ଦ୍ୱିତୀୟ କୁହାଯାଇଥିଲା କି ହାଲ ତରଫରୁ କୁହାଯାଇଥିଲା କି ପ୍ରଥମେ କମ୍ପାନୀ ଯେତେବେଳେ ଟ୍ରେନର ବିମାନ ନିର୍ମାଣ କରିଥିଲା ତାର ନାମ ମଧ୍ୟ ମାରୁତି ରଖାଯାଇଥିଲା ।

ହେଲେ ଲୋକଙ୍କ ବିରୋଧ ପରେ ଆଜି ଏହି ଟ୍ରେନର ବିମାନରୁ ହନୁମାନଙ୍କ ଫଟୋ ହଟାଇ ଦିଆଯାଇଛି । ଏନେଇ କମ୍ପାନୀ ତରଫରୁ କୁହାଯାଇଛି କି ଏହି ଫଟୋ କାଢି କମ୍ପାନୀ ତାର ପୁରୁଣା ପରମ୍ପରାକୁ ଆଗକୁ ନେବାକୁ ଚେଷ୍ଟା କରିଛି ।