କନକ ବ୍ୟୁରୋ: ଉତ୍ତପ୍ରଦେଶର ମଲିହାବାଦ ଫଳଙ୍କ ରାଜା ଆମ୍ବ ଉତ୍ପାଦନ ପାଇଁ ସାରା ଦେଶରେ ଜଣାଶୁଣା । ଏଠିକାର ସବୁଠୁ ବଡ ଆମ୍ବ ଚାଷୀ ପଦ୍ମଶ୍ରୀ ହାଜି କଲିମୁଲ୍ଲାହ ଖାନ୍ ନିଜ ବଗିଚାରେ ଏପରି ଏକ ଆମ୍ବର ଚାଷ କରିଛନ୍ତି ଯାହାର ନାଁ ଦେଇଛନ୍ତି ପୂର୍ବତନ ବିଶ୍ୱ ବିଶ୍ୱସୁନ୍ଦରୀଙ୍କ ନାଁ । ସୁସ୍ମିତା ସେନଙ୍କ ନାଁରେ ପରିଚିତ ଏହି ଅମ୍ବ ଖୁବ୍ ଶୀଘ୍ର ବଜାରକୁ ଆସିବ ବୋଲି ସେ କହିଛନ୍ତି ।

Advertisment

 ଏହି ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସୁଆଦିଆ । ଏହାର ଟାକୁଆ ଖୁବ୍ ଛୋଟ ଓ ଏହା ଅନ୍ୟ ଆମ୍ବଠାରୁ ମାଂସାଳ । ଏହାସହ ଆଉ ଏକ ଆମ୍ବ ମଧ୍ୟ ଏବେ ତାଙ୍କ ବଗିଚାରେ ପରୀକ୍ଷଣରେ ରହିଛି ଯାହାର ନାଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ରଖିବାକୁ ଚାହାଁନ୍ତି ।

ଦୀର୍ଘ ୬୦ ବର୍ଷ ଧରି ଆମ୍ବ ଚାଷରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଆସୁଛନ୍ତି ହାଜି କଲିମୁଲ୍ଲାହ । ତାଙ୍କ ଆମ୍ବ ବଗିଚାରେ ପାଖାପାଖି ୩୫୦ କିସମର ଆମ୍ବ ଗଛ ରହିଛି । ତାଙ୍କର ଏହି ଆମ୍ବ ବଗିଚାକୁ ଦେଖିବାକୁ ଦୂରଦୂରାନ୍ତରୁ ଲୋକେ ଆସିଥାନ୍ତି । ଏହାସହ ତାଙ୍କ ଠାରୁ ଆମ୍ବ ଚାଷ ବିଷୟରେ ତଥ୍ୟ ଗ୍ରହଣ କରିବାକୁ ମଧ୍ୟ ହର୍ଟିକଲଚର ବିଦ୍ୟାର୍ଥୀ  ଆସୁଛନ୍ତି ।