ଶୀତଦିନେ କେଶ ଝଡ଼ିବା, ରୁପି ହେବା ଓ କେଶମୂଳ ଶୁଷ୍କ ହେବା ଭଳି ସମସ୍ୟା ଦେଖାଯାଇଥାଏ। ଆପଣ ଘରୋଇ ଉପଚାର ଦ୍ୱାରା ସହଜରେ ଏହାର ସମାଧାନ କରି ପାରିବେ। ସମାନ ପରିମାଣର ଆଲ୍ମଣ୍ଡ୍ ତେଲ, ଜୋଜୋବା ତେଲ ଏବଂ ଶୁଦ୍ଧ ନଡ଼ିଆ ତେଲକୁ ନେଇ ୪ରୁ ୫ ମିନିଟ୍ ଯାଏ ଉଷୁମ କରନ୍ତୁ। ତା’ପରେ କେଶରେ ଭଲ ଭାବେ ମାଲିସ୍ କରନ୍ତୁ ଦେଖିବେ କେଶ ନରମ ରହିବ।
ଚାରି ଚାମଚ ଅଦା ରସରେ ଦୁଇ ଚାମଚ ନଡ଼ିଆ ତେଲ ଏବଂ ଗୋଟିଏ ଚାମଚ ଲେମ୍ବୁରସକୁ ଭଲ ଭାବେ ମିଶାଇ କେଶମୂଳରେ ଲଗାଇଲେ କେଶରୁ ରୁପି ସମସ୍ୟା ଦୂର ହୋଇଥାଏ। ଗୋଟିଏ ପାଚିଲା କଦଳୀ ଓ ଦୁଇଟି ପାଚିଲା ଆଭୋକାଡୋ ନିଅନ୍ତୁ। ଏହାକୁ ଭଲ ଭାବେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ୨୦ରୁ ୩୦ ମିନିଟ୍ ଯାଏ ରଖନ୍ତୁ। ତା’ପରେ ଥଣ୍ଡା ପାଣିରେ ଭଲ ଭାବେ କେଶକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶମୂଳ ଶୁଷ୍କ ହେବା ସହିତ କେଶ ଝଡ଼ିବା ମଧ୍ୟ ଦୂର ହୋଇଥାଏ।
ଗୋଟିଏ ପାତ୍ରରେ ଦୁଇଟି ଅଣ୍ଡାର ଧଳା ଅଂଶ ନେଇ ସେଥିରେ ଚାରି ଚାମଚ ପାଣି ମିଶାଇ ଫେଣ ହେବାଯାଏ ଫେଣ୍ଟନ୍ତୁ। ସେହି ମିଶ୍ରଣକୁ କେଶରେ ଭଲ ଭାବେ ଲଗାଇ ୩୦ରୁ ୪୦ ମିନିଟ୍ ଯାଏ ଛାଡ଼ିଦିଅନ୍ତୁ। ତା’ପରେ ସାମ୍ପୁରେ କେଶକୁ ଭଲ ଭାବେ ସଫା କରନ୍ତୁ। ଏହାଦ୍ୱାରା କେଶର ରୁଖାପଣ ଦୂର ହେବା ସହ କେଶର ଚମକ ବଢ଼େ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/How-To-Take-Care-Of-Your-Hair-In-Winter.jpg)