ଶିମିଳିପାଳ କାନ୍ଦ ଉପରେ ପଡ଼ିଲା କୁଆପଥର । ଲୋକେ କହିଲେ ଇଶ୍ୱର ଶୁଣିଲେ ପ୍ରାର୍ଥନା, ଓହ୍ଳାଇ ଆସିଲେ ସ୍ୱୟଂ ଇନ୍ଦ୍ର ଦେବତା ।

167

କନକ ବ୍ୟୁରୋ: ଶିମିଳିପାଳର ଚିତ୍କାର ଶୁଣି ଆଉ ସହିପାରେଲେନି ଭଗବାନ । ଶେଷରେ ଦୀର୍ଘ ୨ ସପ୍ତାହରୁ ଅଧିକ ଦିନ ଧରି ଜଙ୍ଗଲ ଉପରେ ପଡ଼ିଥିବା ଅଗ୍ନି ଦେବତାଙ୍କ କୋପକୁ ଶାନ୍ତ କରାଇବା ଆକାଶରୁ ସତେ ଯେମିତି ଓହ୍ଲାଇ ଆସିଲେ ସ୍ୱୟଂ ଇନ୍ଦ୍ର ଦେବ । ଆଉ ଶିମିଳିପାଳର ପିଠାବଟା ରେଞ୍ଜ ଅଞ୍ଚଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ଜଙ୍ଗଲ ନିଆଁର ଛାତି ଉପରେ ଛେଚି ହୋଇଯାଇଛି । ଯେଉଁଥିପାଇଁ ଏବେ ନିଆଁ ପ୍ରଶମିତ ହେବାର ଆଶା ଆଉ ବିଶ୍ୱାସ ବଢ଼ିଯାଇଛି ।

ଯେଉଁ ନିଆଁକୁ ଆୟତ୍ତ ପାଇଁ ସୋସିଆଲ ମିଡ଼ିଆରେ କୋଟି କୋଟି ଲୋକ ଗୁହାରୀ କରୁଥିଲେ । କେବଳ ଓଡ଼ିଶା ନୁହେଁ ଦେଶ ବିଦେଶରୁ ସ୍ୱର ଉଠାଇଥିଲେ ଶେଷରେ ଇଶ୍ୱର ତାହାକୁ ଶୁଣିନେଇଛନ୍ତି । ଶିମିଳିପାଳର କାନ୍ଦ ଉପରେ କୁଆପଥର ବର୍ଷା ପଡ଼ିଛି ।

ଏ ଖବର ପାଇବା ପରେ ସୋସିଆଲ ମିଡ଼ିଆରେ ଶହ ଶହ ୟୁଜର୍ସ ଭଗବାନଙ୍କୁ ହାତଯୋଡ଼ି ପ୍ରଣାମ କରିଛନ୍ତି ।

ତେବେ ଏତେବଡ଼ ଜଙ୍ଗଲ ଭିତରେ ନିଆଁକୁ ଆୟତ୍ତ କରିବା ପାଇଁ ଯେଉଁଠି ସରକାର ସବୁ ପ୍ରୟାସ ଚଳାଇଛନ୍ତି, ସତେ ଯେମିତି ଭଗବାନ ସ୍ୱୟଂ ଶିମିଳିପାଳ ନିଆଁକୁ ଶାନ୍ତ କରାଇବା ପାଇଁ ହାତ ବଢ଼ାଇଛନ୍ତି ।

ମଣିଷ ଦ୍ୱାରା ଯାହା ସମ୍ଭବ ହୋଇପାରେନା ତାହା ଇଶ୍ୱରଙ୍କ ପ୍ରାର୍ଥନାରୁ ସମ୍ଭବ ବା ଚମତ୍କାର ଅନେକ ସମୟରେ ହୋଇଥାଏ ବୋଲି ଆମର ବିଶ୍ୱାସ ରହିଛି । ଠିକ୍ ସେହିଭଳି ଶିମିଳିପାଳରେ କୁଆପଥର ବର୍ଷା ଏମିତି ଚମତ୍କାର କରୁ ଆଉ ଅନେକ ଜୀବନଜନ୍ତୁଙ୍କ କୋହକୁ ବୁଝାଇ ଆଶ୍ୱସ୍ତି ଆଣୁ ବୋଲି ଭଗବାନଙ୍କ ନିକଟରେ ଆମେ ପ୍ରାର୍ଥନା କରିବା ।