ତାଣ୍ଡବ ରଚିଲା କାଳବୈଶାଖୀ ! ଚାନ୍ଦବାଲିରେ ଛପର ଉଡ଼ାଇନେଲା ପବନ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

66

ପୁଣି ତାଣ୍ଡବ ରଚିଲା କାଳବୈଶାଖୀ । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ପବନ ସାଙ୍ଗକୁ ଘଡ଼ଘଡ଼ି ଓ ପ୍ରବଳ ବର୍ଷା ହୋଇଛି । କାଳବୈଶାଖୀ ବର୍ଷା ପ୍ରଭାବରେ ଚାନ୍ଦବାଲି ନୟାପାଟଣା ଗାଁରେ ଘର ଛପର ଉଡ଼ାଇନେଇଛି ପବନ ।ପାଲଲହଡା ଜମରାରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କୁକୁଡା ଫାର୍ମ ନଷ୍ଟ ହୋଇଯିବା ସହ ଘର ଛପର ଉଡ଼ାଇନେଇଛି କାଳବୈଶାଖୀ ପବନ ।

ଏହାସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ, କୋରାପୁଟ, ଗଞ୍ଜାମ ଓ ଗଜପତିରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ତଥା ବଜ୍ରପାତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।