ଭୟ ବଢ଼ାଇଲା କୁଆପଥର ବର୍ଷା। ଆକାଶରୁ ଖସୁଛି ବଡ଼ ବଡ଼ କୁଆପଥର।

ଭୟ ବଢ଼ାଇଲା କୁଆପଥର ବର୍ଷା। ଆକାଶରୁ ଖସୁଛି ବଡ଼ ବଡ଼ କୁଆପଥର।

କନକ ବ୍ୟୁରୋ: ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ଝଡ଼ ବର୍ଷା ଯେତିକି ଭୟ ବଢ଼ାଇଛି, ଅଧିକ କ୍ଷତି କରୁଛି କୁଆପଥର ବର୍ଷା । ଖରାଦିନିଆ ବର୍ଷାରେ କୁଆପଥର ମାଡ଼ ହୋଇଥାଏ, କିନ୍ତୁ ଏଥର ଆକାଶରୁ ଖସୁଛି ବଡ଼ ବଡ଼ କୁଆପଥର ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏହି ଚିତ୍ର ଦର୍ଶାଉଛି କେତେ ସାଙ୍ଘାତିକ ହୋଇଛି କୁଆପଥର ମାଡ଼ । କ୍ରିକେଟ୍ ବଲ୍ ଭଳି ବଡ଼ ବଡ଼ କୁଆପଥର ପଡ଼ିଥିବା ଦେଖିବାକୁ ମିଳିଛି । ଧର୍ମଶାଳା, ସାଲେପୁର, ବଲାଙ୍ଗିର ସମେତ ଅନେକ ସ୍ଥାନରେ ପଡ଼ିଛି ଏଭଳି କୁଆପଥର ।

କୁଆପଥର କିପରି ସୃଷ୍ଟି ହୁଏ, କିପରି ବଡ଼ ଆକାର ହୋଇ ତଳକୁ ଖସେ, ଏହି ଚିତ୍ରରେ ଦର୍ଶାଯାଇଛି । ବାୟୁମଣ୍ଡଳର ଶୀତଳସ୍ତର ଯଦି ତଳକୁ ଆସିଥାଏ, ତେବେ କୁଆପଥରର ଆକାର ବଡ଼ ହୋଇଯାଏ ।

କାହିଁକି ବଡ଼ ହୁଏ କୁଆପଥର ଆକାର?
ଫ୍ରିଜିଂ ଲେୟାର୍ ବା ଶୀତଳସ୍ତର ଯଦି ବାୟୁମଣ୍ଡଳ ତଳକୁ ଆସିଯାଏ
ବରଫ ଖଣ୍ଡ ପରସ୍ପର ମଧ୍ୟରେ ପିଟି ହୋଇ ହୋଇ ତଳକୁ ଖସେ
ତଳ ଭାଗରେ ପ୍ରିଜିଂ ସ୍ତର ଥିବାରୁ ବଡ଼ ବଡ଼ କୁଆପଥର ପଡ଼ିଥାଏ

ଆସନ୍ତା ୨୩ ତାରିଖରୁ ଉତର ଭାରତରେ ପୁଣି ପଶ୍ଚିମାଝଡ଼ ସକ୍ରିୟ ହେବ ବୋଲି ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ୨୬ ତାରିଖରୁ ପୁଣି ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe