କନକ ବ୍ୟୁରୋ: ବାଲେଶ୍ୱର ଭୋଗରାଇ ଅଂଚଳର ଯୁବତୀ ଅର୍ଚ୍ଚନା କେବେ ଭାବିନଥିବେ ହାଇଦର ଗ୍ୟାଙ୍ଗର ଜଣେ ସଦସ୍ୟ ହିସାବରେ ପୁଲିସ ହାତରେ ଗିରଫ ହେବେ । ବୋଧହୁଏ ସେ ଏହା ବି ଜାଣିନଥିବେ ଯେ ହାଇଦର କିଏ ଏବଂ ଏହି ଗ୍ୟାଙ୍ଗଷ୍ଟର ସହ ନିଜ ପରିଚୟ ଯୋଡି ହେଲେ କଣ ହୁଏ । ଭୋଗରାଇ ମୁସଦପୁର ଗାଁର ଜଣେ ଝିଅ ହେଉଛନ୍ତି ଅର୍ଚ୍ଚନା, ସୋସିଆଲ ମିଡିଆରେ କେନ୍ଦ୍ରାପଡାର ଆଉ କିଛି ଝିଅଙ୍କ ସହ ବନ୍ଧୁତ୍ୱ କରିଥିଲେ । ଧିରେ ଧିରେ ଭୁବନେଶ୍ୱର ଆସି ସେମାନଙ୍କ ସହାୟତାରେ ଡାଟା ଏଂଟ୍ରି ଅପରଟେର ଭାବେ କାମ ପାଇଲେ । ଯେଉଁ ସଂସ୍ଥାରେ କାମ ପାଇଲେ ସେ ସଂସ୍ଥା ଥିଲା ଆଜାରୁଦ୍ଦିନର । ହୁଏତ ଯୁବତୀଜଣକ ଜାଣିନଥିଲେ, ଆଜାରୁଦ୍ଦିନ ହେଉଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ।
ଆକ୍ଟିଂ କରିବା , ସ୍ୱାବଲମ୍ବୀ ହେବାର ଆଶାରେ ଭୋଗରାଇରୁ ଭୁବନେଶ୍ୱର ଆସିଥିବା ଯୁବତୀ ବୋଧହୁଏ ଜାଣିନଥିଲେ ସେ ଏକ ଜାଲ ଭିତରେ ଫସିଯାଉଛନ୍ତି ଆଉ ଶେଷରେ ସେୟା ହେଲା । କଟକ ବଡ ଡାକ୍ତରଖାନାରୁ ଫେରାର ହେବା ପରେ ଅର୍ଚ୍ଚନାଙ୍କୁ ହାଇଦରର ପୁଅ ଆଜାରୁଦ୍ଧିନ କହିଥିଲା ଜଣେ କାଠ ବ୍ୟବସାୟୀଙ୍କୁ ଫୋନ କରିବା ପାଇଁ ଏବଂ ୫ ଲକ୍ଷ ଟଙ୍କା ଦେବା ପାଇଁ । କାଠ ବ୍ୟବସାୟୀଜଣକ ତୁରନ୍ତ ଏହି ଖବର ପୁଲିସକୁ ଜଣାଇଥିଲେ ଏବଂ ପୁଲିସ ଏହି ଯୁବତୀଙ୍କୁ ଟ୍ରେସ କରିଦେଲା । ଏବଂ ସେହିଠାରୁ ହାଇଦରର ଟ୍ରେସିଂ ଆରମ୍ଭ ହେଲା ।
ଅର୍ଚ୍ଚନା ଯେମିତି ହାଇଦରର ଜାଲରେ ଫସିଗଲେ ସେମିତି ଅନ୍ୟ କାହା ସହ ବି ହୋଇପାରେ । ଗୋଟିଏ ସଂସ୍ଥାରେ ଜଣେ ଚାକିରୀ କରୁଥିବ ଏବଂ ମାଲିକର କଥା ମାନିବାରୁ ଜେଲ ଯିବାକୁ ପଡିବ । ଯୁବତୀ ଜଣକ ବର୍ତମାନ ଜେଲରେ ଅଛନ୍ତି । ଏବଂ ତାଙ୍କ ବିରୋଧରେ ଲାଗିଛି ଷଡଯନ୍ତ୍ରରେ ସାମିଲ ହେବାର ଆରୋପ । ଏବେ ତଦନ୍ତ ହିଁ କହିପାରିବ ଯୁବତୀ ପ୍ରକୃତରେ ଦୋଷୀ ନା ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/OTS-1-1.png)