୭ ବର୍ଷ ହେଲା ଚିକିତ୍ସାଳୟରେ ପଡିଛି ତାଲା। ଚିକିତ୍ସା ପାଇଁ ଆସି ନିରାଶରେ ଫେରୁଛନ୍ତି ଲୋକ 

144

କନକ ବ୍ୟୁରୋ: ଚିକିତ୍ସାଳୟରେ ଝୁଲୁଛି ତାଲା । ଡାକ୍ତର ଆସୁନାହାନ୍ତି କି ଲୋକଙ୍କୁ ଚିକିତ୍ସା ମିଳୁନାହିଁ । ମେଡିିକାଲ ଉପରେ ତିନୋଟି ପଞ୍ଚାୟତ ଦୁଇଟି ୱାର୍ଡର ହଜାର ହଜାର ଲୋକ ନିର୍ଭର କରୁଛନ୍ତି । ହେଲେ ୭ବର୍ଷ ହେଲା ଭଦ୍ରକ ଚରମ୍ପା ବରାଳ ପୋଖରୀ  ଅଞ୍ଚଳ ପୌରପାଳିକା ଚିକିତ୍ସାଳୟରେ ଝୁଲୁଛି ତାଲା । ଅବହେଳିତ ହୋଇପଡିଛି ଚିିକିତ୍ସାଳୟ ।

ମେଡିିକାଲ ପରିସର ଗଛଲତାରେ ପୂର୍ଣ୍ଣ ହୋଇଥିବା ବେଳେ ଗୋରୁଗାଇଙ୍କ ବିଶ୍ରାମସ୍ଥଳୀ ପାଲଟିଛି । ଗୁରୁତର ଅବସ୍ଥାରେ ଚିକିତ୍ସା ଟିକେ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଚିକିତ୍ସା ପାଇଁ ୯ କିଲୋମିଟର ଦୂରକୁ ଯାଉଛନ୍ତି । ତ ପୁଣି ରେଳ ଧାରଣା ଡେଇଁ ଯିବାକୁ ପଡୁଛି । ବହୁବାର ଅଭିଯୋଗ ପରେ ବି କେବଳ ପ୍ରତିଶ୍ରୁତିରେ ସରିଯାଉଛି କାମ ।  ସେପଟେ ପୁଣି ଥରେ ସମସ୍ୟା ନେଇ  ଜିଲ୍ଲା ଚିକିତ୍ସାଧିକାରୀ ପୌରପାଳିକା ମୁଣ୍ଡରେ ଦାୟିତ୍ୱ ଦେଇ ଘଟଣା ଏଡାଇ  ଯାଇଛନ୍ତି ।