ହାଫିଜ୍ ସୟିଦକୁ ସଜା ! ଆତଙ୍କୀଙ୍କୁ ଫଣ୍ଡିଂ ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ପାକିସ୍ତାନ କୋର୍ଟ ।

190

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦକୁ ସଜା ଶୁଣାଇଛି ପାକିସ୍ତାନ କୋର୍ଟ । ଟେରର ଫଣ୍ଡିଂ ମାମଲାରେ କୁଖ୍ୟାତ ଅପରାଧି ହାଫିଜ ସୟିଦକୁ ୫ ବର୍ଷ କାଳ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନ କୋର୍ଟ ।

ଗତ ସପ୍ତାହରେ ଲାହୋରର ଆତଙ୍କବାଦ ବିରୋଧୀ ଅଦାଲତ ତଥା ଏଟିସି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଖଳନାୟକ ହାଫିଜ ସୟିଦ ବିରୋଧରେ ଆତଙ୍କବାଦୀ ଫଣ୍ଡିଂ ସହ ଜଡିତ ଦୁଇଟି ମାମଲାରେ ନିଷ୍ପତି ସଂରକ୍ଷିତ ରଖିଥିଲେ । ଲାହୋର ଏବଂ ଗୁଜରାଂବାଲା ଶାଖାଗୁଡିକ ତରଫରୁ ମାମଲା ଦାଖଲ କରାଯାଇଥିଲା । ଯାହାର ଶୁଣାଣି ମଧ୍ୟ ଏଟିସିରେ କରାଯାଇଥିଲା ମାତ୍ର ଲାହୋର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାଟିକୁ ସ୍ଥାନାନ୍ତର କରିଦିଆଯାଇଥିଲା ।