କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଂଟ ହ୍ୟାକ୍ ହୋଇଛି । ହ୍ୟାକର ଆକାଉଟକୁ ହ୍ୟାକ୍ କରିବା ପରେ ବିଟ୍ କଏନ୍ ମାଗିଛି । କୋଭିଡ୍ ୧୯ ରିଲିଫ୍ ଫଣ୍ଡ ପାଇଁ ବିଟ୍ କଏନ୍ ମାଗିଛି ହ୍ୟାଙ୍କର । ଏହା ଜଣାପଡିବା ମାତ୍ରେ ସେହି ଟୁଇଟର ମେସେଜକୁ ଡିଲିଟ୍ କରିଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଟୁଇଟର ଆକାଉଂଟ ହ୍ୟାକ୍ କରିଥିବା ହ୍ୟାକର ନିଜ ନାଁ ବି କହିଛି । ଜନ୍ ବିକ୍ ନାମକ ଏହି ଆକାଉଂଟକୁ ହ୍ୟାକ୍ କରିଥିବା ସୂଚନା ଦେଇଛି । ଏହା ସହିତ ସେ ଉଲ୍ଲେଖ କରିଛି କି ଆମେ ପେଟିଏମ୍ ମଲ୍ ହ୍ୟାକ୍ କରିନାହୁଁ । ପ୍ରଧାନମନ୍ତ୍ରୀ ମୋଦିଙ୍କର ବ୍ୟକ୍ତିଗତ ଟୁଇଟର ଆକାଉଂଟର ୨୫ ଲକ୍ଷରୁ ଅଧିକ ଫଲୋୟର ରହିଛନ୍ତି । ଗତ ୩୦ ତାରିଖରେ ସାଇବର ସିକୁରିଟି ଫର୍ମ ସାଇବଲ୍ ଦାବି କରିଥିଲା କି ଜନ୍ ବିକ୍ ଗ୍ରୁପ୍ ପେଟିଏମ୍ ମଲ୍ ର ଡାଟା ଚୋରିରେ ହାତ ରହିଛି ।/kanak/media/post_attachments/wp-content/uploads/2020/09/account-hacked-300x225.jpg)
ଏହା ପରେ ପରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଂଟକୁ ହ୍ୟାକର ହ୍ୟାକ୍ କରିଥିବା ଘଟଣା ସାମ୍ନାକୁ ଆସିଛି । ଗତ ଜୁଲାଇ ମାସରେ ୱାରେନ୍ ବଫେଟ୍, ଜେଫ୍ ବୋଜସ୍, ବାରାକ୍ ଓବାମା, ଜୋ ବିଡେନ୍, ବିଲ ଗେଟସ୍ ଏବଂ ଏଲାନ୍ ମସ୍କଙ୍କ ପରି ବଡ ବଡ ହସ୍ତିଙ୍କ ଟୁଇଟର ମଧ୍ୟ ହ୍ୟାକ୍ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/4-3.jpg)