କନକ ବ୍ୟୁରୋ : ମାଷ୍ଟରକ୍ୟାଂଟିନରେ ଜବର ଦଖଲ ଉଚ୍ଛେଦ । ବିଡିଏ ଏନ୍ଫୋର୍ସମେଂଟ ସ୍କ୍ୱାର୍ଡ ପକ୍ଷରୁ ଉଚ୍ଛେଦ କରାଯାଇଛି । ଏହାକୁ ବିରୋଧ କରିଛନ୍ତି ଉଠା ଦୋକାନୀ । ସରକାର ଭେଣ୍ଡିଂ ସାଇଳେନ୍ସ ସହ ଲୋନ୍ ବ୍ୟବସ୍ଥା କରିଥିଲେ  । ଏବେ ପୁଣି କାହିଁକି ଦୋକାନ ଉଚ୍ଛେଦ କରୁଛ ବୋଲି ଉଠାଦୋକାନୀ ପ୍ରଶ୍ନ କରିଛନ୍ତି । ଏହାର ପ୍ରତିବାଦରେ ଉଠାଦୋକାନୀମାନେ ଧାରଣାରେ ବସିଛନ୍ତି ।

Advertisment

ଆଜି ପୁରୀ ପୌରସଂସ୍ଥା ପକ୍ଷରୁ ବେଳାଭୁମୀ ମାର୍ଗ କଡ଼ରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଉଛି । ଦିଗବାରେଣୀ ଖୁଂଟି ନିକଟ ପୁରୀ ସମୁଦ୍ର କୂଳରୁ ହଟୁଛି ଉଠା ଦୋକାନ । ସିଗଲ ହୋଟେଲ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ହଟାଯାଉଛି । ଏହି ଉଚ୍ଛେଦରେ ପ୍ରାୟ ୨ଶହରୁ ଅଧିକ ଉଠା ଦୋକାନୀ ପ୍ରଭାବିତ ହେବେ । ରାସ୍ତା ଉପରୁ ସମୁଦ୍ର ସ୍ପଷ୍ଟ ଭାବରେ ଦେଖାଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ କାମ । ସେପଟେ ବିସ୍ଥାପିତ ଦୋକନୀ ମାନେ ଥଇଥାନ ଓ କ୍ଷତିପୁରଣ ଦାବିରେ ପୁରୀ ହୋଟେଲ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଘଟଣାସ୍ଥଳରେ ପ୍ରାୟ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୨ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଉଛି । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ପୂର୍ବରୁ ଏହି ଉଚ୍ଛେଦ ହେବା ନେଇ ଜିଲ୍ଲାପାଳ ବେଳାଭୁମୀ ବ୍ୟବସାୟୀ ସଂଘ ସହ ଆଲୋଚନା କରି ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଉଠାଦୋକନୀ ମାନେ ବେଳାଭୁମୀକୁ ଜବରଦଖଲ କରିବା ସହ ପର୍ଯ୍ୟଟକଙ୍କ ଚଳପ୍ରଚଳ ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ । ଏଣୁ ଆଗକୁ ବ୍ଲୁ ଫ୍ଲାଗ୍ ଢାଂଚାରେ ବେଳାଭୂମୀ ବିକାଶ କରାଯିବାକୁ ଥିବାରୁ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଉଥିବା ସୁଚନା ମିଳିଛି ।