ପୁରୀରେ ହଇରାଣ ହେଉଛନ୍ତି ହବିଷିଆଳି । ମନ୍ଦିରରେ ମାଗଣା ଖିଆ କହି ଟାହି ଟାପରା କରୁଥିବା ନେଇ ଅଭିଯୋଗ, ହବିଷିଆଳିିଙ୍କ ମଧ୍ୟରେ ବଢ଼ିଲା ଅସନ୍ତୋଷ ।

ପୁରୀରେ ହଇରାଣ ହେଉଛନ୍ତି ହବିଷିଆଳି । ମନ୍ଦିରରେ ମାଗଣା ଖିଆ କହି ଟାହି ଟାପରା କରୁଥିବା ନେଇ ଅଭିଯୋଗ,  ହବିଷିଆଳିିଙ୍କ ମଧ୍ୟରେ ବଢ଼ିଲା ଅସନ୍ତୋଷ ।

କନକ ବ୍ୟୁରୋ : ପୁରୀରେ ହଇରାଣ ହେଉଛନ୍ତି ହବିଷିଆଳି । ଦର୍ଶନ କରିବାକୁ ଯିବା ବେଳେ ଶ୍ରୀମନ୍ଦିର ଭିତରେ ଦୁର୍ବ୍ୟବାହର କରାଯାଉଥିବା ଅଭିଯୋଗ ହୋଇଛି । ଧକ୍କା ମାରିବା ସହ ମାଗଣା ଖିଆ କହି ଟାହିଟାପରା କରୁଥିବା ଅଭିଯୋଗ କରିଛନ୍ତି କିଛି ହବିଷିଆଳି ।

କାର୍ତିକ ପ୍ରତିପଦାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି କାର୍ତିକ ବ୍ରତ । କେତେ ଆଶା କେତେ ଭରସା ନେଇ କାହିଁ ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ରକୁ ଛୁଟିଆସିଛନ୍ତି ହବିଷ୍ୟାଳୀ । ବ୍ରତ ପାଳିବେ, ପୁଣ୍ୟ କରିବେ । ଜଗାର ଦର୍ଶନ କରି ଦୁଃଖ ସୁଃଖ ଜଣେଇବେ । ହେଲେ ହବିଷ୍ୟାଳୀଙ୍କୁ ଏଠାରେ ଟାହିଟାପରା ସହ ଦୁର୍ବ୍ୟବହାର କରାଯାଉଥିବା ଅଭିଯାଗ ହୋଇଛି । ଶ୍ରୀମନ୍ଦିରଙ୍କୁ ଦର୍ଶନ ପାଇଁ ଗଲେ ସେମାନଙ୍କୁ ଟାହିଟାପରା କରାଯାଉଥିବା କିଛି ହବିଷ୍ୟାଳୀ ଅଭିଯୋଗ କରିଛନ୍ତି । ସେହିପରି ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀ ଶିବିରକୁ ୫ ଦିନ ବିତିଲାଣି । ପ୍ରାୟ ୩ ହଜାରରୁ ଅଧିକ ହବିଷ୍ୟାଳୀଙ୍କୁ ୫ଟି ଶିବିରରେ ରଖାଯାଇଛି । ହେଲେ ଏବେବି ଶିବିର ଗୁଡ଼ିକରେ ଅବ୍ୟବସ୍ଥା ନଜରକୁ ଆସିଛି । ଦୁଇ ଦିନ ତଳେ ଗୋଟିଏ ଲିଫ୍ଟରେ ୧୨ ଜଣ ଫସିଯିବା ପରେ କାନ୍ଦବୋବାଳି ପଡ଼ିଥିଲା । ଏହାସହ ଶୁଦ୍ଧ ପାନୀୟ ଜଳ ପାଇଁ ହବିଷ୍ୟାଳୀଙ୍କୁ ସାତମହଲାରୁ ତଳକୁ ଆସିବାକୁ ପଡ଼ୁଛି । ସେପଟେ ଏହି ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି କହିଛି ଯେ ପ୍ରଶାସନ ଓ ଛତିଶାନିଯୋଗ ସହ ଆଲୋଚନା କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe