କାର୍ତିକ ମାସସାରା ପୁରୀରେ ରହି ବ୍ରତ ପାଳୁଥିଲେ ହବିଷିଆଳୀ । ପୂର୍ଣ୍ଣମୀରେ ଡଙ୍ଗାଭସା ପରେ ସରିଲା ଧର୍ମମାସ, ଚାଲିଛି ଘରବାହୁଡା

Advertisment
କାର୍ତିକ ମାସସାରା ପୁରୀରେ ରହି ବ୍ରତ ପାଳୁଥିଲେ ହବିଷିଆଳୀ । ପୂର୍ଣ୍ଣମୀରେ ଡଙ୍ଗାଭସା ପରେ ସରିଲା ଧର୍ମମାସ, ଚାଲିଛି ଘରବାହୁଡା

କନକ ବ୍ୟୁରୋ : କାର୍ତିକ ମାସସାରା ପୁରୀରେ ରହି ନିରାମାଷ ବ୍ରତ ପାଳୁଥିଲେ ହବିଷିଆଳୀ । ପୂର୍ଣ୍ଣମୀରେ ଡଙ୍ଗାଭସା ପରେ ସରିଲା ଧର୍ମମାସ । ଏବେ ଆରମ୍ଭ ହୋଇଛି ହବିଷିଆଳୀଙ୍କ ଘରବାହୁଡା । କାତିର୍କ ମାସରେ ବୟସ୍କ ମହିଳାମାନେ ଶ୍ରୀକ୍ଷେତ୍ର ପୁରୀରେ ରହି କାତିର୍କ ବ୍ରତ ପାଳନ କରିଥାନ୍ତି । ମାସେ ଧାର ପୁରୀର ୪ଟି ଆଶ୍ରୟସ୍ଥଳୀରେ ରହୁଥିବା ହବିଷିଆଳୀମାନେ ବ୍ରତ ସାରି ଘରକୁ ବାହୁଡିବା ଆରମ୍ଭ କରିଛନ୍ତି । ଗତକାଲି କାତିର୍କ ପୂର୍ଣ୍ଣମୀରେ ଅର୍ଦ୍ଧାଧିକ ହବିଷିଆଳୀ ସରକାରୀ ଶିବିର ଛାଡିଥିବାବେଳେ ଆଜି ମଧ୍ୟ ଘରକୁ ଫେରିବା ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ହବିଷିଆଳୀ ଯୋଜନାରେ ପୁରୀ ସହରର ରେଳବାଇ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ପୌରପାଳିକ କଲ୍ୟାଣ ଓ ଶ୍ରୀଜଗନ୍ନାଥ ବଲ୍ଲଭ ବ୍ୟାକ୍ଷାନ କେନ୍ଦ୍ରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ହବିଷିଆଳୀ ରହି ବ୍ରତ ସମାପନ କରିଥିଲେ ।

publive-image

ମଣ୍ଡପ ଗତ କିଛି ବର୍ଷ ହେଲା ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷିଆଳୀଙ୍କ ପାଇଁ ପୁରୀରେ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇ ଆସୁଛି । ପ୍ରତ୍ୟହ ସକାଳେ ସେମାନଙ୍କୁ ଚା’ ଓ ସଂଧ୍ୟାରେ ମହାପ୍ରସାଦ ସେବନ କରିବାକୁ ଦିଆଯାଉଥିଲା। ଦିନକୁ ଓଳିଏ ଖାଉଥିବା ହବିଷ୍ୟାଳିମାନେ ନିତି ଆଶ୍ରୟସ୍ଥଳୀରେ ତୁଳସୀ ଚଉରା ମୂଳେ ପୂଜାର୍ଚ୍ଚନା କରିବା ସହ ଭଜନକୀର୍ତନରେ ସମୟ ବିତାଇଥିଲେ। ପ୍ରତିଦିନ ଶ୍ରୀମନ୍ଦିର ଯାଉଥିଲେ। ଏହା ମଧ୍ୟରେ ଆଶ୍ରୟସ୍ଥଳୀରେ ରହିବା ମାସେ ପୂରିଛି। କାର୍ତିକ ବୁଡ଼ ପକାଇ ହବିଷ୍ୟାଳିମାନେ ବ୍ରତ ସଂପୂର୍ଣ୍ଣ କରିବା ସହ ସାରା ଓଡ଼ିଶାରୁ ଆସି ପୁରୀରେ ରହିଥିବା ହବିଷିଆଳୀମାନେ ନିଜ ନିଜ ଅଂଚଳକୁ ଫେରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe