ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ନିକଟରେ ଠେଲାପେଲା। ତଳେ ପଡି ଭାଙ୍ଗିଲା ହବିଷ୍ୟାଳିଙ୍କ ଗୋଡ଼

ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ନିକଟରେ ଠେଲାପେଲା। ତଳେ ପଡି ଭାଙ୍ଗିଲା ହବିଷ୍ୟାଳିଙ୍କ ଗୋଡ଼

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ହବିଷ୍ୟାଳୀ ଗୁରୁତର । ଜୟବିଜୟ ଦ୍ୱାର ନିକଟରେ ଠେଲାପେଲାରେ ଜଣେ ହବିଷ୍ୟାଳୀ ଗୁରୁତର ଆହତ ହୋଇଛନ୍ତି । ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା ।

publive-image

ଏହି ସମୟରେ ହବିଷ୍ୟାଳୀ ଜଣକ ତଳେ ପଡିଯାଇଥିଲେ । ହବିଷ୍ୟାଳୀଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି । ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ହବିଷ୍ୟାଳୀ ଜଣକ ପୁରୀ ଜିଲ୍ଲା ନରେନ୍ଦ୍ରକୋଣ ଅଂଚଳର ବାଳିସୀନୀ ବେହେରା ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe