ଆସିଲା ଦୂତି ଚାନ୍ଦଙ୍କ ଅଭ୍ୟାସ ଭିଡିଓ : ଟୋକିଓରେ ଓଡି଼ଶାର ଟେକ ରଖିବାକୁ ଜିମରେ ଝାଳ ବୁହାଉଛନ୍ତି ଓଡ଼ିଆ ଧାବିକା

157

କନକ ବ୍ୟୁରୋ : ଟୋକିଓରେ ଓଡ଼ିଶାର ଟେକ ରଖିବା ପାଇଁ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ଜୋରଦାର ଅଭ୍ୟାସ । ଜିମରେ ଝାଳ ବୁହାଉଛନ୍ତି ଦୂତି । ଟୋକିଓରୁ ଆସିଛି ଦୂତି ଚାନ୍ଦଙ୍କ ଜିମରେ ଅଭ୍ୟାସ କରୁଥିବା ବେଳର ଭିଜୁଆଲ । ଅଲିମ୍ପିକ୍ସରେ କିପରି ଭଲ ପ୍ରଦର୍ଶନ କରିବେ ସେନେଇ ଅଭ୍ୟାସ ଚଳାଇଛନ୍ତି । ଆସନ୍ତା ୩୦ ତାରିଖରେ ଟ୍ରାକକୁ ଓହ୍ଲାଇବେ ଦୂତି ।

୧୦୦ ମିଟର ରାଉଣ୍ଡ ୧ ହିଟ୍ ସକାଳ ୮ଟା ୧୦ରେ ଆରମ୍ଭ ହେବ । ଦୂତିଙ୍କ ହାତରେ ମଝିରେ ଆଉ ଗୋଟିଏ ଦିନ ରହିଛି । ଏହା ପୂର୍ବରୁ ନିଜକୁ ଫିଟ୍ ରଖିବା ପାଇଁ ଦୂତି ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । କେବଳ ଜିମରେ ନୁହଁ ଟ୍ରାକରେ ମଧ୍ୟ ଦୂତିଙ୍କ ଅଭ୍ୟାସ ଦେଖିବାକୁ ମିଳିଛି । ୨୦୧୬ ରିଓ ଅଲିମ୍ପିକରେ ମେଡାଲରୁ ବଂଚିତ ହୋଇଥିବା ଦୂତି ଏଥର ଟୋକିଓର ନିଶ୍ଚିତ ଦେଶ ପାଇଁ ପଦକ ଆଣିବାକୁ ଆଶାବାଦୀ ଅଛନ୍ତି ।