ଜ୍ଞାନବାପୀରେ ଶିବଲିଙ୍ଗ ଉପରେ ଆପତ୍ତିଜନକ ମନ୍ତବ୍ୟ,ଦିଲ୍ଲୀ ୟୁନିଭର୍ସିଟି ପ୍ରଫେସର ଗିରଫ । ଛାତ୍ର ସଙ୍ଗଠନର ହଙ୍ଗାମା

188

କନକ ବ୍ୟୁରୋ: ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ମିଳିବାକୁ ନେଇ ସପକ୍ଷବାଦୀ ଦାବି କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଦିଲ୍ଲୀ ୟୁନିଭର୍ସିଟିର ପ୍ରଫେସର । ଏହାପରେ ତାଙ୍କୁ ଦିଲ୍ଲୀ ପୋଲିସ ତୁରନ୍ତ କରିଛି । ଏହାପରେ ପ୍ରଫେସରଙ୍କୁ ମୁକୁଳାଇବାକୁ ଦାବି କରି ୟୁନିଭରସିଟି ପରିସରରେ ବ୍ୟାପକ ପ୍ରଦର୍ଶନ କରିଛି ଛାତ୍ର ସଙ୍ଗଠନ ।

ଘଟଣା ଥିଲା ଏପରି…

ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ, ନନ୍ଦୀଙ୍କ ମୂର୍ତ୍ତୀ ଏବଂ ଅନେକ ହିନ୍ଦୁ ସ୍ଥପତି ମିଳିବା ନେଇ ହିନ୍ଦୁ ସଙ୍ଗଠନ ଦାବି କରିଥିଲା । ଏହାସହ ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ଭଙ୍ଗାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦିଲ୍ଲୀ ୟୁନିଭର୍ସିଟିର ଇତିହାସ ବିଭାଗ ପ୍ରଫେସର ରତନ ଲାଲ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏଥିରେ ‘ଶିବଲିଙ୍ଗକୁ ଭଙ୍ଗାଯାଇନାହିଁ ବରଂ କଟାଯାଇଛି’ ବୋଲି ଲେଖିଥିଲେ । ଏହି ମନ୍ତବ୍ୟକୁ ନିହାତି ଅଭଦ୍ରାମୀ ବୋଲି ହିନ୍ଦୁ ସଙ୍ଗଠନ ଓ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା । ପ୍ରଫେସରଙ୍କର ଏପରି ମନ୍ତବ୍ୟ ହିନ୍ଦୁଙ୍କ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ କରି ସୁପ୍ରିମକୋର୍ଟ ଓକିଲ ବିନୀତ ଜିନ୍ଦଲ ଏକ ମାମଲା ରୁଜୁ କରିବା ପରେ ଦିଲ୍ଲୀ ପୋଲିସ ପ୍ରଫେସର ରତନ ଲାଲଙ୍କୁ ଗିରଫ କରିନେଇଛି । ଅନ୍ୟପଟେ ଜଣେ ଶିକ୍ଷାବିତଙ୍କୁ ଅଯଥା ଗିରଫ କରିବା ଅଭିଯୋଗରେ ଦିଲ୍ଲୀ ୟୁନିଭର୍ସିଟି ପରିସରରେ ପ୍ରଦର୍ଶନ କରିଛି ଛାତ୍ର ସଂଗଠନ ।