ଜ୍ଞାନବାପି ମସଜିଦ ମାମଲା । ଫଟୋଗ୍ରାଫରଙ୍କ ବଡ ଖୁଲାସା ।

215

କନକ ବ୍ୟୁରୋ : ବାରଣାସୀରେ ଜ୍ଞାନବାପି ମସଜିଦର ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ ହୋଇଛି । ଏହି ସମୟରେ ଉପସ୍ଥିତ ଥିବା ଫଟୋଗ୍ରାଫର ବିଭାଷ ଦୁବେ ବଡ ଖୁଲାସ କରିଛନ୍ତି । ସେ କହିଛନ୍ତି ଶିବଲିଙ୍ଗ ସେଠି ରହିଛି । ଏହା ସହ ଉପରେ କଇଁଛର ଚମଡା ଭଳି ଦାଗ ରହିଛି ।

ସେ ଆହୁରି କହିଛନ୍ତି ସେଠାରେ ତାଙ୍କୁ ଯାହା କିଛି ଦେଖିବାକୁ ମିଳିଲା ତାହା କେବଳ ତାଙ୍କ ପାଇଁ ପ୍ରସଙ୍ଗ ଥିଲା । ଏହାର ଫଟୋ ସେମାନେ ଉଠାଇଛନ୍ତି । ସେଠାରେ ଉପସ୍ଥିତ ଥିବା କମିଶନର ଉଭୟ ପକ୍ଷଙ୍କୁ ଥର ଥର କରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ କହିଥିବା ବେଳେ ମୁସଲମାନ ପକ୍ଷ ତାକୁ ଫୱାରା କହିଛନ୍ତି ।

ବିଭାଷ କହିଛନ୍ତି, ସେ ଶିବଲିଙ୍ଗ ହେଉ ଅବା ଫୱାରା ତାର ତଳ ପଟ ବ୍ୟାସ ବଡ ରହିଛି । ଏହା ଗୋଟିଏ କଳା ପଥର ସଦୃଶ । ଏହି ପଥରଟି କଇଁଛର ଚମଡା ଭଳି ଦେଖାଯାଉଛି । ଅଧିକ ଦିନ ପାଣିରେ ରହିବା ପରେ କିମ୍ବା ଏହି ପଥରର ଏହା ବିଶେଷତ୍ୱ ହୋଇଥାଏ ପାରେ ଯାହା ଚମଡା ଭଳି ଦେଖାଯାଉଛି । ଏହା କୌଣସି ହାତ ତିଆରି ପଥର ହୋଇନପାରେ । ଏହା ସେହିଭଳି ହିଁ ସେଠାରେ ରହିଛି ।

ସେହିଭଳି ସେଠାରେ ଥିବା କବାଟରେ ସନାତନ ଧର୍ମର ପ୍ରତୀକ ରହିଛି । ତ୍ରିଶୂଳ, ସ୍ୱସ୍ତିକ ମଧ୍ୟ ସେଠାରେ ରହିଛି । ଉଭୟ ବାହାର ଓ ଭିତରେ ଏହା ଦେଖାଯାଉଛି । ଇସଲାମ ସହ ଜଡିତ ସେହିଭଳି କୌଣସି ଚିହ୍ନ ସେଠାରେ ନାହିଁ । ତେବେ କିଛି ଲେଖାହୋଇଥାଇପାରେ ତାହା ବୁଝାପଡୁନାହିଁ ବୋଲି ବିଭାଷ କହିଛନ୍ତି ।

ସର୍ଭେ ବେଳେ ୩୨-୩୨ ଜିବି ସହ ୬୪ ଜିବିର ମୋମେରୀ କାର୍ଡର ବ୍ୟବହାର ହୋଇଛି । ପ୍ରତ୍ୟେକ ଦିନ ଏହାକୁ ଦେଖାଯାଉଥିଲା । ନୂଆ ମୋମୋରୀ କାର୍ଡର ବ୍ୟବହାର ହେଉଥିଲା । ଫଟୋଗ୍ରାଫି ପରେ ଏହାକୁ ଅଧିକାରୀଙ୍କ ପାଖରେ ଜମା କରାଯାଉଥିଲା ।