ଜ୍ଞାନବାପି ଉପରେ ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି । ନୂଆ ଆବେଦନରେ ହିନ୍ଦୁ ପକ୍ଷର ୪ ବଡ ଦାବି

87

କନକ ବ୍ୟୁରୋ: ଜ୍ଞାନବାପି ମସଜିଦ ବିବାଦରେ ସମ୍ପର୍କିତ ଦାଏର ହୋଇଥିବା ନୂଆ ଆବଦେନ ଉପରେ ଶୁଣାଣି ହୋଇଛି । ଏଥିରେ ଜ୍ଞାନବାପିକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବା ସହ ଏଠାରେ ପୂଜା ପାଠ ପାଇଁ ଅନୁମତି ଦେବାକୁ ଦାବି ହୋଇଛି ।

ଜ୍ଞାନବାପି ମାମଲାରେ ସପକ୍ଷବାଦୀଙ୍କ ପକ୍ଷରୁ ଆଉ ଏକ ଆବେଦନ ପତ୍ର ଦାଖଲ କରାଯାଇଛି । ସିଭିଲ କୋର୍ଟ ବରିଷ୍ଠ ଆଇନଜୀବୀ ରବି କୁମାର ଦିବାକର ମଙ୍ଗଳବାର ସାନି ଆବେଦନ ପତ୍ର ଦାଖଲ କରିଥିଲେ । ଏହି ଆବେଦନ ବିଶ୍ୱ ବୈଦିକ ସନାତନ ସଂଘର ମୁଖ୍ୟ ଜିତେନ୍ଦ୍ର ସିଂହ, ବିଶ୍ୱ ବୈଦିକ ସନାତନ ସଙ୍ଘର ଅନ୍ତରାଷ୍ଟ୍ରୀୟ ମହାମନ୍ତ୍ରୀ କିରଣ ସିଂହଙ୍କ ପକ୍ଷରୁ ଦାଖଲ କରାଯାଇଥିଲା । ଏଥିରେ ହିନ୍ଦୁ ସପକ୍ଷବାଦୀଙ୍କ ପକ୍ଷରୁ ୪ଟି ବଡ ଦାବି କରାଯାଇଛି ।

ଆବେଦନରେ କରାଯାଇଥିବା ୪ ବଡ ଦାବି:

ଜ୍ଞାନବାପି ପରିସରକୁ ମସଲାମାନଙ୍କ ପ୍ରବେଶକୁ ବନ୍ଦ କରାଯାଉ
ଜ୍ଞାନବାପି ପରିସରକୁ ସମ୍ପୂର୍ଣ୍ଣ ଭାବ ହିନ୍ଦୁ ମାନଙ୍କୁ ଦେଇଦିଆଯାଉ
ଏଠାରେ ଭଗବାନ୍ ବିଶ୍ୱେଶ୍ୱର ଶିବଲିଙ୍ଗଙ୍କ ପୂଜା ପାଇଁ ଅନୁମତି ମିଳୁ
ମସଜିଦର ଗମ୍ବୁଜକୁ ଭାଙ୍ଗିଦିଆଯାଉ