ଜ୍ଞାନବାପୀ ମାମଲାରେ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ, ଜାରି ରହିବ କଥିତ ଶିବଲିଙ୍ଗର ସଂରକ୍ଷଣ

Advertisment
ଜ୍ଞାନବାପୀ ମାମଲାରେ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ, ଜାରି ରହିବ କଥିତ ଶିବଲିଙ୍ଗର ସଂରକ୍ଷଣ

କନକ ବ୍ୟୁରୋ : ଜ୍ଞାନବାପୀ ମସଜିଦ ମାମଲାରେ ହିନ୍ଦୁପକ୍ଷଙ୍କୁ ଆଶ୍ୱସ୍ତି ମିଳିଛି । ମସଜିଦ ପରିସରରୁ ମିଳିଥିବା କଥିତ ଶିବଲିଙ୍ଗର ସଂରକ୍ଷଣ ଓ ସୁରକ୍ଷିତ ରଖିବାକୁ ପୂର୍ବରୁ ଦେଇଥିବା ଅନ୍ତରୀଣ ଆଦେଶକୁ ବଢାଇଛନ୍ତି । କୋର୍ଟ ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୫ ତାରିଖକୁ ସ୍ଥିର କରିଛନ୍ତି । ସୁପ୍ରିମକୋର୍ଟ ବେଞ୍ଚ ତରଫରୁ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏହି ମାମଲା ଉପରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ । ଏହି ଆବେଦନରେ ହିନ୍ଦୁପକ୍ଷ ତରଫରୁ କୋର୍ଟ ଦ୍ୱାରା ଦିଆଯାଇଥିବା ଅନ୍ତରୀଣ ଆଦେଶର ସମୟକୁ ବୃଦ୍ଧି କରିବାକୁ ଅନୁରୋଧ କରାଯାଇଥିଲା ।

ସେପଟେ ଏହି ମାମଲାରେ ଦ୍ୱିତୀୟ ପକ୍ଷ ଓକିଲ ହୁଜେଫା ଅହମଦୀଙ୍କ ତରଫରୁ କୋର୍ଟରେ ନିଜର ଦଲିଲ ରଖିଥିଲେ । ହେଲେ ଏହି ମାମଲାରେ ଗୁରୁବାରଦିନ ସୁପ୍ରିମକୋର୍ଟ ଓକିଲ ବିଷ୍ଣୁ ଶଂକରଙ୍କ ଆବେଦନ ଶୂୁଣିଥିଲେ । ଏଥିରେ ଆବେଦନ କରାଯାଇଥିଲା କି ମେ’ମାସ ୧୭ ତାରିଖରେ ଜାରି କରାଯାଇଥିବା ଆଦେଶ ନଭେମ୍ବର ୧୨ ତାରିଖରେ ଶେଷ ହେଉଥିବାରୁ ଏହାର ଅବଧି ବୃଦ୍ଧି କରାଯାଉ ।

ସୂଚନା ଥାଉକି ମେ’ମାସ ୧୭ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ଅନ୍ତରୀଣ ଆଦେଶ ଜାରି କରିଥିଲେ । ଏଥିରେ କୋର୍ଟ ବାରଣାସୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସଂରକ୍ଷିତ ଓ ସୁରକ୍ଷିତ ରଖାଯାଉ । ଏହି ସମୟ ମଧ୍ୟରେ ମସଜିଦ ପରିସରରେ ମୁସଲିମମାନଙ୍କୁ ନମାଜ ପଢିବାକୁ ବି ସୁଯୋଗ ଦେଇଥିଲେ କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe