କନକ ବ୍ୟୁରୋ: ଜ୍ଞାନବାପୀ ମସଜିଦରେ ହିନ୍ଦୁ ପକ୍ଷଙ୍କ ପୂଜା ନେଇ ଆଜି ଆଲ୍ଲହାବାଦ ହାଇକୋର୍ଟରେ ହେବ ଶୁଣାଣି । ପୂର୍ବରୁ ହିନ୍ଦୁ ପକ୍ଷ ଏଠାରେ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ । ଏହାର ଶୁଣାଣି କରି ଜାନୁଆରି ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ ଅଦାଲତ । ଏହାପରେ ସେଠାରେ ପୂଜାର୍ଚ୍ଚନା ହୋଇ ଆସୁଛି । କିନ୍ତୁ ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ହାଇର୍କୋଟ ଯାଇଥିଲେ ଅନଜୁମନ ଇନ୍ତଜାମିଆ ମସଜିଦ କମିଟି । ମସଜିଦରେ ପୂଜାର୍ଚ୍ଚନା ହେବ କି ନାହିଁ ଆଜି ଜଷ୍ଟିସ ରେହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠ ଏହାର ରାୟ ଶୁଣାଇବେ । ପୂର୍ବରୁ ଫେବ୍ରୁଆରୀ ୧୫ରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।