କନକ ବ୍ୟୁରୋ : ଦିବ୍ୟାଙ୍ଗ ଜ୍ଞାନରଂଜନଙ୍କ ସଂଘର୍ଷମୟ କାହାଣୀ । କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ଭଦକମଳ ଗାଁରେ ଜ୍ଞାନରଂଜନଙ୍କ ଘର । ଯିଏ ପିଲାଦିନୁ ପୋଲିଓ ରୋଗରେ ଆକ୍ରାନ୍ତ । ଚାଲିବାକୁ ଶକ୍ତି ନାହିଁ । ତିନି ଚକିଆ ସାଇକେଲରେ ଚାଲିଛି ତାଙ୍କ ଜୀବନର ରଥ । ତଥାପି ଅନ୍ୟଉପରେ ନିର୍ଭର ନକରି ନିଜେ ରୋଜଗାର କରିବା ପାଇଁ ଜାରି ରଖିଛନ୍ତି ଉଦ୍ୟମ । ଏହି ଭଙ୍ଗା ଦଦରା କ୍ୟାବିନରେ ଚାଲିଛି ତାଙ୍କ ସିଲେଇ ସେଂଟର ।

Advertisment

ସକାଳ ହେଲେ ଟ୍ରାଇ ସାଇକେଲ ନେଇ ୪ କିଲୋମିଟର ଦୂରରେ ଥିବା ଦୋକାନରେ ପହଂଚିଯାଆନ୍ତି ଜ୍ଞାନରଞ୍ଜନ । କୋରୁଆ ଛକରେ ଥିବା ଏହି ଭଙ୍ଗା କ୍ୟାବିନ ହେଉଛି ତାଙ୍କ ଦୋକାନ । ଟ୍ରାଇ ସାଇକେଲରୁ ଓହ୍ଲାଇ ବହୁତ କଷ୍ଟରେ ଦୋକାନ ଖୋଲି ସେ ତାଙ୍କ କାମରେ ଲାଗିପଡ଼ନ୍ତି । ପୁରୁଣା କପଡ଼ା, ଜରିପାଲ ସିଲେଇ କରି ଯାହା ରୋଜଗାର ହୁଏ ସେଇଥିରେ ଚଳେ ପରିବାର ।

ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଓ ମାତ୍ର ୭୦୦ ଟଙ୍କା ଭତାରେ ପରିବାର ଚଳାଇବା ବେଶ କଷ୍ଟକର ହୋଇପଡ଼ୁଛି । କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳିଲେ କ୍ୟାବିନ୍ ମରାମତି କରିବା ସହ ପିଲାଙ୍କୁ ପାଠପଢ଼ାଇ ମଣିଷ କରିପାରନ୍ତେ ବୋଲି କୋହଭରା କଣ୍ଠରେ କହିଛନ୍ତି ଜ୍ଞାନରଞ୍ଜନ ।