କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ପହଞ୍ଚିଲା ଜ୍ଞାନବ୍ୟାପୀ ମସିଜିଦ୍ ସର୍ଭେ ମାମଲା । ଏହି ମାମଲାକୁ ନେଇ ଆଡଭୋକେଟ ହୁଜେଫା ଅହମ୍ମଦୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ ଜ୍ଞାନବ୍ୟପୀ ମସଜିଦ ସର୍ଭେ ବନ୍ଦ କରିବାକୁ ଦାବି କରାଯାଇଛି ।
ସୂଚନା ମୁତାବକ, ଗୁରୁବାର ବାରାଣାସୀ କୋର୍ଟର ବରିଷ୍ଠ ଡିଭିଜନର ବିଚାରପତି ଜ୍ଞାନବ୍ୟାପୀ ସର୍ଭେ କରିବା ପରେ ରିପୋର୍ଟ ପ୍ରକାଶ କରିବାର ସମୟ ସୀମା ସ୍ଥିର କରିଥିବା ବେଳେ କୋର୍ଟ କମିଶନର ଅଜୟ ମିଶ୍ରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ଆବଦନ ଉପରେ ସର୍ଭେକୁ ଅନୁମତି ଦେଇଥିବା ବାରାଣାସୀ କୋର୍ଟର ସିଭିଲି ଜଜ୍ ରବି କୁମାର ଦିୱାକର ତାଙ୍କ ରାୟରେ ଲେଖିଛନ୍ତ ଯେ, ରାୟ ସେବା ପରେ ସେଠାରେ ଭୟର ସ୍ଥିତି ଉପୁଜିଛି । ଏପରିକି ସେ ଓ ତାଙ୍କ ପରିବାର ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ଏପରିକି ସେ କୋର୍ଟକୁ ଯିବା ସମୟରେ ତାଙ୍କ ପରିବାର ଲୋକେ ତାଙ୍କ ସୁରକ୍ଷାକୁ ନେଇ ଅଧିକ ଚିନ୍ତିତ ରହୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/3333.webp)