ଏହି ଯୁବକ ହେଉଛନ୍ତି ସ୍ୱଚ୍ଛତା ଅଭିଯାନର ପ୍ରକୃତ ଅନୁଗାମୀ ! ୭୦ ଲକ୍ଷ ଟଙ୍କାର କାରରେ ଉଠାନ୍ତି ଅଳିଆ । 

45

ଆମେ କାରଟିଏ କିଣିଲା ମାନେ ସେଥିରେ କାହାକୁ ହାତ ଲଗାଇବାକୁ ଦେଉନାହୁଁ  ମନରେ ଥାଏ କାଳେ କାରରେ ମଇଳା ଲାଗି କାର୍ ଅସନା ହୋଇଯିବ । କିନ୍ତୁ ଏମିତି ଜଣେ ଯୁବକ ଅଛନ୍ତି ଯାହାଙ୍କ ପାଖରେ ୭୦ ଲକ୍ଷ ଟଙ୍କାର ଗାଡି ଅଛି କିନ୍ତୁ ଆଚମ୍ବିତର କଥା ଏହା ହେଉଛି କି,ଯୁବକ ଜଣକ ଏହି ଦାମୀ ଗାଡିରେ ଅଳିଆ ଆବର୍ଜନା ଉଠାଇଥାନ୍ତି ।

ଏହି ଯୁବକ ଜଣକ ଭୋପାଲରେ ରହୁଥିବା ବେଳେ ନାଁ ତାଙ୍କର ଅଭିନୀତ୍ । ପେସାରେ ସେ ଜଣେ ଡାକ୍ତର ଏବଂ ନିଜର ଗୋଟିଏ ଚର୍ମ କ୍ଲିନିକ୍ ରହିଛି । ସେ ନିଜର ଏହି ଦାମୀ କାରଟିକୁ ପ୍ରେମ ଦିବସରେ ନିଜ ବାପାଙ୍କୁ ଉପହାର ଦେଇଥିଲେ । ଏହି କାରଟି ଯେତେବେଳେ ଭୋପାଲର ସଡକରେ ଯାଉଥିଲା ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଗହଳି ଜମୁଥିଲା । ତେବେ ଲୋକଙ୍କ ଗାଡି ପ୍ରତି ଥିବା ଏଭଳି ପ୍ରତିକ୍ରିୟାକୁ ଦେଖି ଅଭିନୀତ୍ ଏହାକୁ ଏକ ଅଭିଯାନ ରୂପେ ନେଲେ । ନିଜ କାରର ପଛରେ ଏକ ରିକ୍ସା ବାନ୍ଧି ସେ ଏହି ସଚେତନତାକୁ ଆଗକୁ ବଢାଇଥିଲେ ।

ଯେତେବେଳେ ଲୋକମାନେ ଏହି କାରକୁ ଦେଖିବାକୁ ରୁଣ୍ଡ ହୁଅନ୍ତି ସେତେବେଳେ ଏହି ଡାକ୍ତର ମହାଶୟ ସେମାନଙ୍କୁ ଅଳିଆ ଆବର୍ଜନା ବିଷୟରେ ସଚେତନ କରାଇଥାନ୍ତି । ଲୋକ ତାଙ୍କ କଥା ଶୁଣି ଅଳିଆ ଗୋଟାଇବାରେ ମଧ୍ୟ ସାହାଯ୍ୟ କରିଥାନ୍ତି ।