ଆମେ କାରଟିଏ କିଣିଲା ମାନେ ସେଥିରେ କାହାକୁ ହାତ ଲଗାଇବାକୁ ଦେଉନାହୁଁ ମନରେ ଥାଏ କାଳେ କାରରେ ମଇଳା ଲାଗି କାର୍ ଅସନା ହୋଇଯିବ । କିନ୍ତୁ ଏମିତି ଜଣେ ଯୁବକ ଅଛନ୍ତି ଯାହାଙ୍କ ପାଖରେ ୭୦ ଲକ୍ଷ ଟଙ୍କାର ଗାଡି ଅଛି କିନ୍ତୁ ଆଚମ୍ବିତର କଥା ଏହା ହେଉଛି କି,ଯୁବକ ଜଣକ ଏହି ଦାମୀ ଗାଡିରେ ଅଳିଆ ଆବର୍ଜନା ଉଠାଇଥାନ୍ତି ।
ଏହି ଯୁବକ ଜଣକ ଭୋପାଲରେ ରହୁଥିବା ବେଳେ ନାଁ ତାଙ୍କର ଅଭିନୀତ୍ । ପେସାରେ ସେ ଜଣେ ଡାକ୍ତର ଏବଂ ନିଜର ଗୋଟିଏ ଚର୍ମ କ୍ଲିନିକ୍ ରହିଛି । ସେ ନିଜର ଏହି ଦାମୀ କାରଟିକୁ ପ୍ରେମ ଦିବସରେ ନିଜ ବାପାଙ୍କୁ ଉପହାର ଦେଇଥିଲେ । ଏହି କାରଟି ଯେତେବେଳେ ଭୋପାଲର ସଡକରେ ଯାଉଥିଲା ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଗହଳି ଜମୁଥିଲା । ତେବେ ଲୋକଙ୍କ ଗାଡି ପ୍ରତି ଥିବା ଏଭଳି ପ୍ରତିକ୍ରିୟାକୁ ଦେଖି ଅଭିନୀତ୍ ଏହାକୁ ଏକ ଅଭିଯାନ ରୂପେ ନେଲେ । ନିଜ କାରର ପଛରେ ଏକ ରିକ୍ସା ବାନ୍ଧି ସେ ଏହି ସଚେତନତାକୁ ଆଗକୁ ବଢାଇଥିଲେ ।
ଯେତେବେଳେ ଲୋକମାନେ ଏହି କାରକୁ ଦେଖିବାକୁ ରୁଣ୍ଡ ହୁଅନ୍ତି ସେତେବେଳେ ଏହି ଡାକ୍ତର ମହାଶୟ ସେମାନଙ୍କୁ ଅଳିଆ ଆବର୍ଜନା ବିଷୟରେ ସଚେତନ କରାଇଥାନ୍ତି । ଲୋକ ତାଙ୍କ କଥା ଶୁଣି ଅଳିଆ ଗୋଟାଇବାରେ ମଧ୍ୟ ସାହାଯ୍ୟ କରିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/Capture-14.jpg)
/kanak/media/post_attachments/wp-content/uploads/2018/06/abhineet_1528625935-300x225.jpeg)