କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପାନଗୁଟୁକା ଉପରେ କଟକଣା । ପାନଗୁଟୁକାକୁ ବ୍ୟାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ ଦାସ । ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନଗୁଟୁକାକୁ ସଂପୂର୍ଣ୍ଣ ବ୍ୟାନ କରାଯିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁକା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । କେବଳ ଭକ୍ତ ନୁହେଁ ସେବାୟତଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ ହେବ । କୌଣସି ସେବାୟତ ମନ୍ଦିର ଭିତରେ ପାନଗୁଟଖା ଖାଇବେ ନାହିଁ ବୋଲି କୁହାଯାଇଛି ।
ଶ୍ରୀମନ୍ଦିରରେ ପାନ, ଗୁଟଖା ବ୍ୟାନ: ଜାନୁଆରୀ ୧ରୁ ଲାଗୁ ହେବ ନିୟମ, ବରାହ ପୁରାଣ ଆଧାରରେ କଟକଣା
/kanak/media/post_attachments/wp-content/uploads/2023/10/Jagannath-1-e1686639093930.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)