କନକ ବ୍ୟୁରୋ : କମନ୍ ୱେଲ୍ଥ ଗେମରେ ଭାରତକୁ ଦ୍ୱିତୀୟ ସଫଳତା ମିଳିଛି । ଭାରୋତ୍ତଳନର ପୁରୁଷ ୬୧ କିଲୋ ବର୍ଗରେ ଗୁରୁରାଜ ପୁଜାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ମୁକାବିଲାରେ ମାଲେଶିଆର ମହମ୍ମଦ ଅଞ୍ଜିଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓ ନ୍ୟୁ ଗିନିର ମୋରେ ବାୟୁ ରୌପ୍ୟ ପଦକ ହାସଲ କରିଛନ୍ତି । ଗୁରୁରାଜ ୨୬୯ କିଲୋର ଓଜନ ଉଠାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂଜାରୀ ପ୍ରଥମ ସ୍ନେଚରେ ୧୧୮ କିଲୋ ଓ ଦ୍ୱିତୀୟ ଥର ୧୫୧ କିଲୋର ଭାରୋତ୍ତଳନ କରିଥିଲେ । ପୁଜାରୀ କମନ ୱେଲ୍ଥ ଗେମରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପଦକ ଜିତିଛନ୍ତି ।

Advertisment

କହିରଖୁ କି ଚଳିତ କମନ୍ ୱେଲ୍ଥ ଗେମରେ ଏହା ଭାରତ ପାଇଁ ଦ୍ୱିତୀୟ ପଦକ । ପ୍ରଥମେ ଭାରୋତ୍ତଳନରେ ସଂକେତ ମହାଦେବ ସରଗର ରୌପ୍ୟ ପଦକ ହାସଲ କରିଥିଲେ ।