କନକ ବ୍ୟୁରୋ : ମାଓ ମୁକାବିଲା ଚିନ୍ତା । ୧୨ଟି ଜିଲ୍ଲାରେ ଜଏଂଟ ଅପରେସନ କରାଯିବ । ରାସ୍ତା ନିର୍ମାଣ ଓ ଭିତ୍ତିଭୂମି ବିକାଶ ଉପରେ ରହିବ ଫୋକସ । ଏହାସହ ଜୁଲାଇ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଗୁରୁପ୍ରିୟା ସେତୁ ନିର୍ମାଣ କାମ । ସଚିବାଳୟରେ ବସିଥିବା ୟୁନିଫାଏଡ କମାଣ୍ଡର ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଡିଜିପି ଓ ମୁଖ୍ୟ ଶାସନ ସଚିବ ।
ଏହାସହ ମାଓ ପ୍ରବଣ ଅଂଚଳରେ ପ୍ରଶାସନିକ କଳ ତ୍ୱରାନ୍ୱିତ ହେବ । ଏବଂ ମାଓ ଉପଦ୍ରୁତ ଅଂଚଳରେ ଅଧିକ ଫୋର୍ସ ମୁତୟନ କରାଯିବ । ଏହି ବୈଠକରେ ଗୃହ ଓ ଅର୍ଥ ସଚିବଙ୍କ ସମେତ ସିଆରପିଏଫ ଓ ବିଏସଏଫ ଆଇଜି ମଧ୍ୟ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-30-at-2.45.03-PM.png)