ଦୁଇ ବର୍ଷ ନପୁରୁଣୁ ଫାଟି ଆଁ କଲାଣି ଗୁରୁପ୍ରିୟା ସେତୁ: ବ୍ରିଜର ୧୬ ନମ୍ବର ଗାର୍ଡରରେ ଫାଟ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି କାମ ଆରମ୍ଭ

ଦୁଇ ବର୍ଷ ନପୁରୁଣୁ ଫାଟି ଆଁ କଲାଣି ଗୁରୁପ୍ରିୟା ସେତୁ: ବ୍ରିଜର ୧୬ ନମ୍ବର ଗାର୍ଡରରେ ଫାଟ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି କାମ ଆରମ୍ଭ

କନକ ବ୍ୟୁରୋ: ଗୁରୁପ୍ରିୟା ସେତୁରେ ଫାଟ । ଦୁଇବର୍ଷ ନ ପୁରୁଣୁ  ଗୁରୁପ୍ରିୟା ସେତୁର ମରାମତି କାମ ଆରମ୍ଭ ହୋଇଛି ।  ସେତୁର  ୧୬ ନମ୍ବର ଗାର୍ଡରର ଯୋଡେଇ ସ୍ଥାନର କାମ ଆରମ୍ଭ ହୋଇଛି ।  କିଛି  ତ୍ରୁଟି ଯୋଗୁଁ  ଏହି ରାସ୍ତା ବଙ୍କା ହୋଇଯାଇଥିବା ଦେଖିବାକୁ ମିଳିଛି । ଫଳରେ ସେଠାରେ ମରାମତି କାମ ଆରମ୍ଭ ହୋଇଛି । ପୂର୍ତବିଭାଗ ଏହି କାମ କରୁଛି ।

publive-image

ସବୁଠାରୁ ବଡ କଥା ହେଲା,  ଉଦଘାଟନର ଦୁଇବର୍ଷ ନ ପୁରୁଣୁ ଏଭଳି ମରାମତି ହେଉଛି । ମାଲକାନଗିରି ଜିଲ୍ଲାରେ ଲାଇଫଲାଇନ ହେଉଛି ଗୁରୁପ୍ରିୟା ସେତୁ । ଏହି ଅଂଚଳର ଅନେକ ଗାଁକୁ ଯୋଡୁଛି ସେତୁ । ସ୍ୱାଭିମାନ ଅଂଚଳର ବିକାଶ ଧାରା ବି ଆଗେଇ ଚାଲିଛି । କିନ୍ତୁ ଦୁଇବର୍ଷ ନ ପୁରୁଣୁ ସେତୁର ମରାମତି ଅନେକ ପ୍ରଶ୍ନ ସୃଷ୍ଟି କରିଛି । ମରାମତି ଯୋଗୁଁ ଗାଡି ଚଳାଚଳ ବି ଆଂଶିକ ଭାବେ ପ୍ରଭାବିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe