ସରିଲା ଗୁରୁପ୍ରିୟା ବଢ଼ିଲା ସୁରକ୍ଷା : ସେତୁର ସମୀକ୍ଷା କଲେ ଆଇଜି ଅପରେସନ ଆରପି କୋଚେ, ଲାଲଗଡରେ ବିଛିନ୍ନାଂଚଳକୁ ସଂଯୋଗ କରୁଥିବା ସେତୁର ସୁରକ୍ଷା ପୁଲିସ ପାଇଁ ଚ୍ୟାଲେଞ୍ଜ

29

କନକ ବ୍ୟୁରୋ : ଶେଷ ପର୍ଯ୍ୟୟରେ ପହଂଚିଥିବା ଗୁରୁପ୍ରିୟା ସେତୁର ସମୀକ୍ଷା କରିଛନ୍ତି ଆଇଜି ଅପରେସନ ଆରପି କୋଚେ । ମାଲକାନଗିରିର ବିଚ୍ଛିନ୍ନାଂଳକୁ ସଂଯୋଗ କରୁଥିବା ଏହି ସେତୁ ପ୍ରତି ମାଓବାଦୀ ଆକ୍ରମଣର ଭୟ ରହିଛି । ତେଣୁ ଏହାର ପାରିପାଶ୍ୱର୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି ଆଇଜି ଅପରେସନ । ସେତୁକୁ କିଭଳି ଅଧିକରୁ ଅଧିକ ସୁରକ୍ଷା ଯୋଗାଇ ଦିଆଯିବ ପୋଲିସ ପାଇଁ ଏହା ପ୍ରାଥମିକତା ହୋଇଛି । ତେଣୁ ଏସଓଜିି କମାଣ୍ଡାଂଟ ଅନିରୁଦ୍ଧ ସିଂ, ବିଏସଏଫ ଓଡିଶା ଅପରେସନ ଅଶ୍ୱୀନି କୁମାର ସିଂଙ୍କ ଓ ବିଏସଏଫ ଯବାନମାନଙ୍କ ସହିତ ସମୀକ୍ଷା କରିଛନ୍ତି ଆଇଜି ଅପରେସନ୍ ।

ଗୁରୁପ୍ରିୟା ସେତୁ ଉପରେ ଓ ତଳେ ସଂପୂର୍ଣ୍ଣ ଅଲୋକିକରଣ ଏବଂ ସିସିଟିଭି କ୍ୟାମେରା ସର୍ଭିଲାନ୍ସ ସହ ନାଇଟ ଭିଜନ କ୍ୟାମେରାରେ ୨୪ ଘଂଟିଆ ନଜର ରଖିବାକୁ ପୂର୍ବରୁ ନିଷ୍ପତ୍ତିି ହୋଇଥିଲା । ସେହିପରି ସୁରକ୍ଷା କର୍ମୀଙ୍କ ୨୪ ଘଂଟିଆ ପହରା ବ୍ୟବସ୍ଥା କରାଯାଇଛି । ଦୀର୍ଘଦିନ ପରେ ମାଲକାନଗିରି ବିଚ୍ଛିନ୍ନାଂଚଳ ସହ ସଂଯୋଗ ସ୍ଥାପନ ହେବାକୁ ଯାଉଥିବାରୁ ଲାଲଗଡରେ ଏହି ସେତୁର ସୁରକ୍ଷା, ପୋଲିସ ଓ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।