କନକ ବ୍ୟୁରୋ: ସଂଗଠନ ନାଁରେ ରାଜନୈତିକ ଅଭିସନ୍ଧି ପୂରଣ କରିବାକୁ ଚେଷ୍ଟା କରିଥିଲେ ତଥାକଥିତ ଗୁରୁଜୀ । ସରକାରୀ ଦଳର ଆଢୁଆଳରେ ରହି ବେଆଇନ ଭାବେ ସଂଗଠନ ଚଲାଇବା ଏବଂ ଆତଙ୍କ ସୃଷ୍ଟି କରି ଗରୀବଙ୍କୁ ନିର୍ଯାତନା ଦେବା ହୁଏତ ଉଦ୍ଦେଶ୍ୟ ଥାଇପାରେ ଏହି ବ୍ୟକ୍ତିଙ୍କର ।
ମାନସ ଦାସ ନାଁରେ ନିର୍ଯାତନାର ଶୀକାର ହୋଇଥିବା ବ୍ୟକ୍ତି ଅଭିଯୋଗ ଦାୟର କରିଥିଲେ । ଏପରିକି ସଂଗଠିତ ହୋଇଥିବା ହତ୍ୟା ମାମଲାରେ ୫ରୁ ଅଧିକ ଗିରଫ ହୋଇଥିବା ବେଳେ, ପୁଲିସର ହାତ କିନ୍ତୁ ଏହି ବ୍ୟକ୍ତି ନିକଟରେ ପହଁଚି ପାରିନଥିଲା, ଯାହା ସ୍ଥାନୀୟ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି ।
ଅଗଷ୍ଟ ୨ରେ ଅଭିମାନପୁର ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ପୋଡି ଦେଇଥିବାର ସଙ୍ଗୀନ ଅଭିଯୋଗ ଆସିଥିଲା ମାନସ ଦାସ ନାଁରେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ହତ୍ୟା ଅଭିଯୁକ୍ତ ବିନା କୈାଣସି ସଂକୋଚରେ ଅବା ଡରରେ ତାର ନେଟୱାର୍କ ଜାରି ରଖିଥିଲା ।
ପ୍ରଶ୍ନ ଉଠୁଛି
-ହତ୍ୟା ଘଟଣାରେ ଅଭିଯୁକ୍ତ ମାନସକୁ କାହିଁକି ଜେରା କଲାନି ପୁଲିସ?
-ଶାସକ ଦଳରେ ସାମିଲ ଥିବାରୁ ଚୁପ୍ ରହିଥିଲେ କି ତଦନ୍ତକାରୀ ଅଧିକାରୀ?
-ସଂଗଠନ ନାଁରେ ଆତଙ୍କ ଚଳାଉଥିବା ଲୋକଙ୍କୁ ପୁଲିସର ଭୟ ନଥିଲା କି?
-ଆତଙ୍କ ଖେଳାଉଥିବା ସଂଗଠନକୁ ପ୍ରଶୟ ଦେଲା କିଏ?
-କଙ୍ଗାରୁ କୋର୍ଟ କେବେଠାରୁ ଚାଲିଛି ଓ ପୋଲିସ ଜାଣିପାରିଲାନି କିଭଳି?
-ଏଫଆଇଆରରେ ନାଁ ଥିଲେ ବି ପୁଲିସ ହାତରୁ କିଭଳି ବର୍ତ୍ତୁଥିଲା ଗୁରୁଜୀ?
-ଏତେ ନିର୍ଯାତନା ପାଇବା ସତ୍ତେ୍ୱ ବି କାହିଁକି ସମସ୍ତେ ଚୁପ୍ ରହୁଥିଲେ?
ଏହି ସମସ୍ତ ପ୍ରଶ୍ନ ଆଜି ଜିଲ୍ଲା ପୁଲିସକୁ କାଠଗଡାରେ ଠିଆ କରିଛି । କାହା ବଳରେ ବଳୀୟାନ ହୋଇ ଗୁରୁଜୀ ଆଇନକୁ ମାଡି ମୋକଚି ଆଗକୁ ବଢୁଥିଲେ?ଏହି ସମସ୍ତ କଥା ଉପରୁ ପରଦା ହଟିବା ପାଇଁ ଦାବି ଉଠିଲାଣି । ଆଉ ମରୋରଂଜନ ଦାସ କିଭଳି ଏହି ପୁରା ମାମଲାରେ ସାମିଲ, ସେନେଇ ବି ତଦନ୍ତ ହେବା ଜରୁରୀ ।
ବର୍ବରତାର ଏହି ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜିଲ୍ଲା ପୁଲିସ ସକ୍ରିୟ ହୋଇଛି । ମାନବବାଦୀ କର୍ମକତାଙ୍କ ବର୍ବରକାଣ୍ଡ ଘଟଣାର ଅନୁଧ୍ୟାନ ଆରମ୍ଭ କରିଛନ୍ତି ନିଜେ ଖୋର୍ଦ୍ଧା ଏସପି । କଡବା ଆଦିବାସୀ ସାହିରେ ପହଂଚି ଅନୁଧ୍ୟାନ କରିଛନ୍ତି । ନିର୍ଯାତନାର ଶିକାର ହୋଇଥିବା ମାଗୁଣି ନାୟକଙ୍କୁ ନିଜ ସାଥିରେ ବେଗୁନିଆ ଥାନାକୁ ନେଇ ଘଟଣା ବାବଦରେ ପଚରାଉଚରା କରିଛନ୍ତି । ସେହିପରି ଗତ ୨ତାରିଖରେ ମୃତ ସତ୍ୟବ୍ରତ ନାୟକଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଥାନାରେ ପଚରାଉଚରା କରାଯାଇଛି । ହେଲେ ମାନସ ଦାସ ଓ ତାଙ୍କ ପୁଅ ମନୋରଂଜନ ଦାସଙ୍କ ନିକଟକୁ କେବେ ପହଁଚିବ ପୁଲିସର ହାତ, ତା ଉପରେ ନଜର ।