ମାନବବାଦ ସଙ୍ଗଠନ ନାଁରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । ସଙ୍ଗଠନରେ ସାମିଲ ନହେବାରୁ ତଡା ଖାଇଲେ ୬ ପରିବାର

125

କନକ ବ୍ୟୁରୋ : ମାନସ ଦାସ ବିରୋଧରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପରାଧର ଫର୍ଦ୍ଦ । ମାନସଙ୍କ ମାନବବାଦ ସଂଗଠନରେ ସାମିଲ ନହେବାରୁ ଗାଁରୁ ତଡ଼ା ଖାଇଛନ୍ତି ୬ ପରିବାର । ଗାଁ ବାହାରେ ରହୁଛନ୍ତି ରମେଶ ନାୟକ, ସାଧୁ ନାୟକ, ଡମ୍ବରୁ ପ୍ରଧାନ, ଯୋଗୀ ପ୍ରଧାନ, ସର୍ବେଶ୍ୱର ପ୍ରଧାନ ଓ ଭୀମ ପ୍ରଧାନଙ୍କ ପରିବାର । ୨୦୧୪ ମସିହାରେ କାଜୁ ଜଙ୍ଗଲକୁ ନେଇ ଗଣ୍ଡଗୋଳ ହୋଇଥିଲା । ଘଟଣା ନେଇ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ବି ସେତେବେଳେ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ମାନବବାଦ ସଂଗଠନର ଆଇନ ଅନୁସାରେ ଯିଏ ସଂଗଠନରେ ସାମିଲ ନହେବ, ଏଭଳି କଷ୍ଟ ଭୋଗିବାକୁ ପଡିବ ବୋଲି ପୀଡ଼ିତ ପରିବାର ।