ଟ୍ରାଫିକ୍ ନିୟମ ଫାଶରେ ଫସିଲେ ଟ୍ରାକ୍ଟର ଚାଳକ ! ଭରିଲେ ୫୯ ,୦୦୦ ହଜାର ଟଙ୍କାର ଜରିମାନା

1,626

ମୋଟର ହ୍ୱିକଲ୍ ଆକ୍ଟ ସଂଶୋଧନ ହେବା ପରେ ଏବେ ଟ୍ରାଫିକ୍ ନିୟମକୁ ଜୋରଦାର୍ କରିଛନ୍ତି ସରକାର । ଯାତାୟତ ସମୟରେ ନିୟମ ଉଲ୍ଲଘଂନ କଲେ କିମ୍ବା ଗାଡିର କାଗଜପତ୍ର ସଠିକ୍ ନଥିଲେ ମୋଟାଅଙ୍କର ଜରିମାନା ଭରୁଛନ୍ତି ଚାଳକ । ବସ୍ ,ଟ୍ରକ୍ , ବାଇକ୍ ଠାରୁ ଆରମ୍ଭ କରି ଅଟୋ, ଟ୍ରାକ୍ଟର ସବୁ ଏବେ ଭରୁଛନ୍ତିି ତଣ୍ଡ । ଗାଡିଦର ଠାରୁ ଅଧିକ ଜରିମାନା ଭରି ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଗତକାଲି ଭୁବନେଶ୍ୱରରେ ଜଣେ ଅଟୋ ଚାଳକ ଜରିମାନା ରୁପେ ୫୨ ,୦୦୦ ଟଙ୍କା ଗଣିବା ପରେ ଏବେ ହରିୟାଣାର ଗୁରୁଗ୍ରାମ୍ ରୁ ଜଣେ ଟ୍ରାକ୍ଟର ଚାଳକଙ୍କ ଚାଲାଣ୍ କାଟିବା ଘଟଣା ଚର୍ଚ୍ଚାରେ ରହିଛି ।

ଗୁରୁଗ୍ରାମ୍ ଟ୍ରାଫିକ୍ ପୋଲିସ୍ ଜଣେ ଟ୍ରାକ୍ଟର ଚାଳକଙ୍କ ଠାରୁ ୫୯ ,୦୦୦ ହଜାର ଟଙ୍କାର ଚାଲାଣ୍ କାଟିଛନ୍ତି । ମଙ୍ଗଳବାର ସହରର ନ୍ୟୁ କଲୋନୀରେ ଟ୍ରାଫିକ୍ ପୋଲିସ୍ ଏହି ଟ୍ରାକ୍ଟର ଉପରେ ମୋଟାଅଙ୍କର ଜରିମାନା ଲଗାଇଥିଲେ । ଟ୍ରାକ୍ଟର ଚାଳକଙ୍କ ଉପରେ ବିନା ଲାଇସେନ୍ସ , ବୀମା ,ଆରସିରେ ଟ୍ରାକ୍ଟର ଚଲାଇବା ଏବଂ ନିଶାସକ୍ତ ଅବସ୍ଥାରେ ଦ୍ରୁତଗତିରେ ଟ୍ରାକ୍ଟର ଚଲାଇ ଜଣେ ବାଇକ୍ ଆରୋହୀଙ୍କୁ ଟକ୍କର ମାରି ଝଗଡା କରିବାର ଅଭିଯୋଗ ଲାଗିଥିଲା ।

ବର୍ତ୍ତମାନ ଟ୍ରାକ୍ଟରଟି ପୋଲିସ୍ ହେପାଜତରେ ରହିଛି । ତେବେ ଗୁରୁଗ୍ରାମରେ ଏହି ଘଟଣା ପ୍ରଥମଥର ପାଇଁ ନୁହେଁ ଏହା ପୂର୍ବରୁ ଜଣେ ସ୍କୁଟି ଚାଳକ ଟ୍ରାଫିକ୍ ନିୟମ ଭାଙ୍ଗିବା କାରଣରୁ ୨୩ ହଜାର ଟଙ୍କା ତଣ୍ଡ ଭରିଥିଲେ । ପୋଲିସ୍ ର କହିବା ମୁତାବକ , କେବଳ ଗୁରୁଗ୍ରାମରେ ସେପ୍ଟେମ୍ବର ୨ ତାରିଖରେ ମୋଟ ୯୫୦ ଚାଲାଣ୍ ଏବଂ ୩ ରେ ୭୪୦ ଚାଲାଣ୍ କଟାଯାଇଥିଲା ।