ହରିୟାଣାର ଗୁରୁଗ୍ରାମ୍ ପୁଲିସ କରିଛି ନୂଆ ପ୍ରୟାସ । ଭିଡ ମଧ୍ୟରେ ଏବଂ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଗୁରୁଗ୍ରାମ୍ ପୁଲିସ ସାଇକେଲରେ ପାଟ୍ରୋଲିଙ୍ଗ୍ କରିବା ଆରମ୍ଭ କରିଛି । ଏହା ପାଇଁ ସମସ୍ତ ଥାନାକୁ ସୁରକ୍ଷିତ ଭାବେ ପାଟ୍ରୋଲିଙ୍ଗ୍ କରିବାକୁ କୁହାଯାଇଛି । ସାଇକେଲରେ ପୁଲିସକର୍ମୀ ସହଜରେ ସମସ୍ତ ସ୍ଥାନକୁ ଯାଇପାରିବେ ଓ ସଚେତନାର ବାର୍ତ୍ତା ମଧ୍ୟ ଦେଇପାରିବେ । ସାଇକେଲରେ ପାଟ୍ରୋଲିଙ୍ଗ୍ କରୁଥିବା ପୁଲିସଙ୍କୁ ‘ବିଟ ସାଇକେଲ’ ବୋଲି ନୂଆଁ ନାଁ ଦିଆଯାଇଛି । ସମସ୍ତ ସାଇକେଲରେ ଥାନାର ନାଁ ମଧ୍ୟ ଲେଖାଯାଇଛି ।
Haryana: Police personnel patrol on bicycles in Gurugram as part of the 'beat-cycle' programme. (9.12.19) pic.twitter.com/neg2XtVSxf
— ANI (@ANI) December 9, 2019
ଗୁରୁଗ୍ରାମ୍ ପୁଲିସ ମୁଖ୍ୟ ମହମ୍ମଦ ଅଖିଲ ଘୋଷଣା କରି କହିଛନ୍ତି ଯେ, ପାଟ୍ରୋଲିଙ୍ଗ୍ ରେ ଯାଉଥିବା କର୍ମଚାରୀ ସାଙ୍ଗରେ ପୁଲିସ ବାଡି, ନୋଟ ଖାତା, ଦରକାରଯୋଗ୍ୟ ଜିନିଷ ସାଙ୍ଗରେ ନେଇ ଯିବେ। ଗାଡି ପାଟ୍ରୋଲିଙ୍ଗ୍ ସହ ସାଇକେଲ ପାଟ୍ରୋଲିଙ୍ଗ୍ ଉଭୟ ଜାରି ରହିବ । ଏହା ପାଇଁ ସଦର ଥାନାକୁ ୫ଟି ସାଇକେଲ ଏବଂ ୫ଟି ହେଲମେଟ ଦିଆଯାଇଛି । ଅନ୍ୟ ଥାନା ମାନଙ୍କୁ ୨ଟି ଲେଖାଏଁ ସାଇକେଲ ଓ ହେଲମେଟ ଯୋଗାଇ ଦିଆଯାଇଛି । ଏହା ଦ୍ୱାରା ପୁଲିସ ଓ ଲୋଙ୍କମାନଙ୍କ ମଧ୍ୟରେ ଭଲ ସଂମ୍ପର୍କ ସ୍ଥାପନ ହୋଇପାରିବ । କେତେକ ସ୍ଥାନରେ ଭିଡ ଯୋଗୁଁ ପୁଲିସ ସେଠାରେ ପାଟ୍ରୋଲିଙ୍ଗ୍ କରିବା କଷ୍ଟକର ହୋଇପଡେ ସେ ସମସ୍ୟା ମଧ୍ୟ ଦୂର ହୋଇଯିବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/delhi-police-7593.jpg)