୯ ଟି ସହରରେ ସଂଗୀତର ଯାଦୁ ବିଛାଇବେ ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧାୱା ! ତାଲିକାରେ ରହିଛି ଭୁବନେଶ୍ୱର । 

୯ ଟି ସହରରେ ସଂଗୀତର ଯାଦୁ ବିଛାଇବେ ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧାୱା ! ତାଲିକାରେ ରହିଛି ଭୁବନେଶ୍ୱର । 

Source:Punjabi Celebs

ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧାୱା ଭାରତର ବିଭିନ୍ନ ସହରରେ ନିଜର ଲାଇଭ ଶୋ’ ଟୁର୍ ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ନେଇ ସେ ଖୁବ୍ ଉତ୍ସାହିତ ମଧ୍ୟ ଅଛନ୍ତି । ‘ଲାହୋର’, ‘ହାଇ ରେଟେଡ ଗବରୁ’, ‘ବନଜା ତୁ ମେରି ରାନୀ’,‘ସୁଟ ସୁଟ କରଦା’ ଏବଂ ‘ପଟୋଲା’ ପରି ହିଟ୍ ଗୀତ ପାଇ ଫେମସ ହୋଇଥିବା ଗୁରୁ ରାନ୍ଧୱା ବଲିଉଡ ଡ୍ୟାନ୍ସ ମ୍ୟୁଜିକ ଶୋ’ ବଲିବୁମ ପରି ଦେଶର ବିଭିନ୍ନ ସହରର ଯାତ୍ରା କରିବେ ।publive-imageଇଣ୍ଡିଆ ଟୁରରେ ସେ ଦେଶର ୯ଟି ସହରର ଯାତ୍ରା କରିବେ । ଭୁବନେଶ୍ୱର (୨୭ ମଇ), ଅହମ୍ମଦାବାଦ(୨୬ ମଇ), ଇନ୍ଦୋର(୨ ଜୁନ), ମୁମ୍ବାଇ(୮ ଜୁନ), ପୁନେ(୯ ଜୁନ), କୋଲକାତା(୧୦ ଜୁନ), ଲକ୍ଷ୍ନୌ(୧୫ ଜୁନ), ସୁରଟ(୧୭ ଜୁନ) ଏବଂ ଗୌହାଟୀ(୫ ଅଗଷ୍ଟ)ରେ ପ୍ରଶଂସକଙ୍କ ମଧ୍ୟରେ ଲାଇଭ ଶୋ’ କରିବେ ।publive-imageଏହାକୁ ନେଇ ଗୁରୁ ରନ୍ଧାୱା କହିଛନ୍ତି ‘ଏହି ବର୍ଷ ମୋ ପାଇଁ ଖୁବ୍ ଭଲ ରହିଛି । ମୋର ଅନେକ ଗୀତ ହିଟ ମଧ୍ୟ ହୋଇଛି ।’ ଏହା ସହିତ ସେ କହିଥିଲେ ‘ବଲିବୁମ ଟୁର ପାଇଁ ମୁଁ ଖୁବ୍ ଉତ୍ସାହିତ ଅଛି । ମୋତେ ଲାଇଭ ଶୋ’ କରିବା ଏବଂ ଫ୍ୟାନ୍ସଙ୍କ ସହିତ ରହି ପଫର୍ମ କରିବା ପସନ୍ଦ । ଆଶା କରୁଛି ଏହି ଟୁରରେ ପ୍ରଶଂସକମାନଙ୍କ ଭଲପାଇବା ମୋତେ ମିଳିବ ଏବଂ ଏହା ମଧ୍ୟ ଆଶା କରୁଛି ଏହି ଟୁର ସର୍ବଦା ସ୍ମରଣୀୟ ହୋଇ ରହିବ । ଖୁବ ଶୀଘ୍ର ଆପଣଙ୍କ ସହରରେ ଦେଖାହେବ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe