ବୈଦିକ ପଞ୍ଚାଙ୍ଗ ଅନୁସାରେ ସେପ୍ଟେମ୍ବର ୪ରୁ  ବୃହସ୍ପତି ମେଷ ରାଶିରେ ବକ୍ର ଚଳନ କରିବେ । ଏହାଦ୍ୱାରା ଏହି ତିନି ରାଶିର ଲୋକମାନଙ୍କର ମନୋସ୍କାମନା ପୂର୍ଣ ହେବ ।

Advertisment

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ସନ୍ତାନ, ବଡ଼ଭାଇ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ଭାବେ ଗଣନା କରାଯାଏ । ଏଥିପାଇଁ ଯେବେବି ବୃହସ୍ପତି ଚଳନ ହୁଏ ଏହାର ପ୍ରଭାବ ମାନବ ଜୀବନ ଓ ପୃଥିବୀ ଉପରେ ପଡିଥାଏ । ଏହା କାହାପାଇଁ ଶୁଭ ଫଳ ପ୍ରଦାନ କରିଥାଏ ତ କାହାପାଇଁ ଅଶୁଭ । ସେପ୍ଟେମ୍ବର ୪ ତାରିଖରୁ ବୃହସ୍ପତିଙ୍କର ବକ୍ର ଚଳନ ହେବାକୁ ଯାଉଛି । ଯାହାର ପ୍ରଭାବ ୧୨ଟି ରାଶିରେ ଦେଖିବାକୁ ମିଳିବ । ସେଥି ମଧ୍ୟରୁ ୩ଟି ରାଶି ଏମିତି ଅଟନ୍ତି ଯାହା ଉପରେ ବୃହସ୍ପତିଙ୍କର କୃପା ଦୃଷ୍ଟି ପଡିପାରେ ଏବଂ ସେମାନକର ମନୋସ୍କାମନା ପୂର୍ଣ ହେବାର ଆଶା ରହିଛି ।

ମେଷ ରାଶି

ବୃହସ୍ପତିଙ୍କର ବକ୍ର ଗତି ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭପ୍ରଦ ହେଇପାରେ । କାରଣ ବୃହସ୍ପତି ମେଷ ରାଶିରେ ଲଗ୍ନ ଭାବରେ ବକ୍ର ଚଳନ କରିବାକୁ ଯାଉଛନ୍ତି । ଏହାଦ୍ବାରା ଏହି ରାଶିର ବ୍ୟକ୍ତିମାନଙ୍କର ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଏହାସହ ନୂତନ ଉତ୍ସାହର ସଂଚାର ମଧ୍ୟ ହେବ । ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ସହଯୋଗ କରିବ । ଏହା ସହ ଆପଣ ସଞ୍ଚୟ କରିବାରେ ସକ୍ଷମ ହେବେ ।

ସିଂହ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତିଙ୍କର ବକ୍ର ଚଳନ ଅନୁକୂଳ ହେବ । କାରଣ ବୃହସ୍ପତି ଆପଣଙ୍କର ଗୋଚର କୁଣ୍ଡଳୀର ନବମ ଭାବରେ ଓଲଟା ଗତି କରିବେ । ଏଥିପାଇଁ ଏହି ସମୟରେ ଭାଗ୍ଯ ଆପଣଙ୍କୁ ସାହାଯ୍ୟ କରିବ । ଏହାସହ ଆପଣଙ୍କ ଘରେ ଓ ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଚାକିରି କରୁଥିବା ଲୋକଙ୍କ ପାଇଁ ବୃହସ୍ପତିଙ୍କର ବିଶେଷ ଶୁଭଦୃଷ୍ଟି ପଡିବାକୁ ଯାଉଛି । ଏମାନଙ୍କ ପାଇଁ ଚାକିରୀରେ ଉନ୍ନତି ସହ ଦୂରଯାତ୍ରାର ଯୋଗ ମଧ୍ୟ ରହିଛି । ବୃହସ୍ପତି, ସିଂହ ରାଶିର ପଞ୍ଚମ ଏବଂ ଅଷ୍ଟମ ସ୍ଥାନର ଅଧିପତି ଅଟନ୍ତି । ଆପଣ ସନ୍ତାନ ମାନଙ୍କ ତରଫରୁ କୌଣସି ଶୁଭ ଖବର  ପାଇବେ । ପ୍ରେମ ସମ୍ବନ୍ଧରେ ସଫଳତା ମିଳିବାର ଆଶା ରହିଛି ।

ତୁଳା ରାଶି

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତିଙ୍କର ବକ୍ର ଚଳନ ଅନୁକୂଳ ହେବ । କାରଣ ଗୁରୁ ଗ୍ରହ ଆପଣଙ୍କ ଗୋଚର କୁଣ୍ଡଳୀ ସପ୍ତମ ଭାବରେ ଯାତ୍ରା କରିବେ । ଏହା ପ୍ରଭାବରେ ଏହି ରାଶିର ବିବାହିତ ବ୍ୟକ୍ତି ମାନକର ବୈବାହିକ ଜୀବନ ସୁଖମୟ ହେବ । ଅବିବାହିତ ମାନକ ପାଇଁ ବିବାହର ଯୋଗ ରହିଛି । ବୃହସ୍ପତି, ତୁଳା ରାଶିର ତୃତୀୟ ଏବଂ ଷଷ୍ଠ ସ୍ଥାନର ଅଧିପତି ଅଟନ୍ତି । ଏହାଦ୍ବାରା ଆପଣଙ୍କୁ କୋର୍ଟକଚେରି ମାମଲାରେ ସଫଳତା ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ସାହସ ଏବଂ ପରାକ୍ରମ ବୃଦ୍ଧି ହେବ । ଏହି ସମୟ କୌଣସି ଯୌଥ ବ୍ୟବସାୟ ପାଇଁ ଅନୁକୂଳ ଅଟେ ।