ସ୍ୱାଭିମାନ ଅଞ୍ଚଳରେ ଉନ୍ନତି ଆଣିଛି ଗୁରୁପ୍ରିୟା ସେତୁ ! ଏବେ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ

138

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଲୋକଙ୍କ ଜୀବନ ଧାରଣାରେ ଆସିଛି ଉନ୍ନତି । ସ୍ଥାନୀୟ ଅଞ୍ଚଳର ବିକାଶ ମଧ୍ୟ ହୋଇଛି । ଉଦଘାଟନକୁ ୬ ବର୍ଷ ପୁରଣ ହୋଇଥିବା ବେଳେ ଏବେ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଅଣ୍ଡରାପାଲୀ ପଞ୍ଚାୟତର ଓରାପଦର ନଦୀ ଘାଟଠାରୁ ମୁଦୁଲିଗୁଡ଼ା ପର୍ଯ୍ୟନ୍ତ ଦ୍ୱିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଦାବୀ କରିଛନ୍ତି ୫ଟି ପଞ୍ଚାୟତର ଗ୍ରାମବାସୀ ।

ଶତାଧିକ ଲୋକ ମେଳି କରି ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି । ହନ୍ତାଳଗୁଡ଼ା ଘାଟି ରାସ୍ତା ଅତିକ୍ରମ କରି ଜିଲ୍ଲା ହେଡ଼କ୍ୱାର୍ଟର, ବାଲିମେଳା, ଗୁମ୍ମା ଆଦି ଅଞ୍ଚଳକୁ ଯିବାକୁ ହେଲେ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଢ଼ୁଥିବାରୁ ଓରାପଦର ଠାରେ ସେତୁ ନିର୍ମାଣ କଲେ ଅତି କମ ସମୟରେ ଯାତାୟତ କରି ହେବ । ଦ୍ୱୀତିୟ ସେତୁ ନିର୍ମାଣ ହେଲେ ପଣସପୁଟ, ଅଣ୍ଡରାପାଲି, ଯନ୍ତ୍ରୀ, ଜୋଡ଼ାମ୍ବ, ନାକାମାମୁଡ଼ି ଆଦି ପଂଚାୟତର ଲୋକେ ଅନେକ ସୁବିଧା ପାଇପାରିବେ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ ।