ରଣଜୀତ୍‌ ସିଂହ ହତ୍ୟା ମାମଲା: ଡେରା ମୁଖ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ ଦୋଷୀ ସାବ୍ୟସ୍ତ

Advertisment
ରଣଜୀତ୍‌ ସିଂହ ହତ୍ୟା ମାମଲା: ଡେରା ମୁଖ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ ଦୋଷୀ ସାବ୍ୟସ୍ତ

କନକ ବ୍ୟୁରୋ: ରଣଜୀତ୍‌ ସିଂହଙ୍କ ହତ୍ୟା ମାମଲାରେ ‘ଡେରା ସଚା ସୌଦା’ର ମୁଖ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ ସିଂହ ଏବଂ ଅନ୍ୟ ୫ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ‘ଡେରା ସଚା ସୌଦା’ର ମୁଖ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ଙ୍କ ସମର୍ଥକ ଥିବା ରଣଜୀତ୍‌ ସିଂହଙ୍କୁ ୨୦୦୨ ଜୁଲାଇ ୧୦ ତାରିଖରେ ହତ୍ୟା କରାଯାଇଥିଲା। ରଣଜୀତ୍‌ ସିଂହ ହତ୍ୟା ମାମଲାରେ ‘ସିବିଆଇ’ ୨୦୦୩ ଡିସେମ୍ବର ୩ ତାରିଖରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରିଥିଲା। ପିଟିସନ୍‌ ଫାଇଲ୍‌ କରିଥିଲେ ରଣଜୀତ୍‌ଙ୍କ ପୁତ୍ର ଜଗସୀର୍‌।

ପଞ୍ଚକୂଲାରେ ‘ସିବିଆଇ’ ଅଦାଲତରେ ଗୁରମୀତ୍‌ ରାମ ରହିମ ସିଂହଙ୍କ ବିରୋଧରେ ଚାଲିଥିବା ନରହତ୍ୟା ବିଚାରକୁ ଅନ୍ୟ କୌଣସି ‘ସିବିଆଇ’ ଅଦାଲତକୁ ସ୍ଥାନାନ୍ତର କରିବା ଲାଗି ହୋଇଥିବା ଆବେଦନକୁ ଏ ସପ୍ତାହର ପ୍ରାରମ୍ଭରେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ଗୁରମୀତ୍‌ ରାମ୍‌ ରହିମ୍‌ ସିଂହ ଓ ଅନ୍ୟ ପାଞ୍ଚଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ପଞ୍ଚକୂଲାସ୍ଥିତ ‘ସିବିଆଇ’ ଅଦାଲତ ଅକ୍ଟୋବର ୧୨ ତାରିଖ ଦିନ ଦଣ୍ଡାଦେଶ ଘୋଷଣା କରିବେ।
ଆଶ୍ରମରେ ଶିଷ୍ୟାମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗୁରମୀତ୍‌ ରାମ୍‌ ରହିମ୍‌ ସିଂହ ୨୦ ବର୍ଷ କାରାଦଣ୍ଡାଦେଶ ଭୋଗୁଛନ୍ତି। ପଞ୍ଚକୂଲାର ସ୍ୱତନ୍ତ୍ର ‘ସିବିଆଇ’ ଅଦାଲତ ତାଙ୍କୁ ଉକ୍ତ ମାମଲାରେ ୨୦୧୭ ଅଗଷ୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଆଶ୍ରମରେ ‘ଡେରା ସଚା ସୌଦା’ ମୁଖ୍ୟ ନାରୀମାନଙ୍କୁ ଯୌନଶୋଷଣ କରୁଥିବା ସମ୍ବନ୍ଧୀୟ ଏକ ବେନାମୀ ପତ୍ର ପ୍ରକାଶ କରିଥିବା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ମଧ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ ସିଂହ ଏବଂ ଅନ୍ୟ ତିନିଜଣଙ୍କୁ ୨୦୧୯ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

‘ବୁରି ଜବାହର ସିଂହ ଓ୍ଵାଲା ଗୁରଦ୍ୱାର’ରୁ ଖଣ୍ଡେ ‘ଗୁରୁ ଗ୍ରନ୍ଥ ସାହିବ’ ଚୋରି ଘଟଣାରେ ମଧ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ ସିଂହଙ୍କୁ ଅଭିଯୁକ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe