କନକ ବ୍ୟୁରୋ : ରୋହତକ ସୁନାରିୟା ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲଦଣ୍ଡ କାଟୁଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମ କରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ମେଦାନ୍ତ ହସ୍ପିଟାଲର କରୋନା ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ରବିବାର ମଧ୍ୟାହ୍ନ ୧୨ ଟାରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜେଲରୁ ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିଲା । କିଛି ଦିନ ପୂର୍ବରୁ ସେ ଅସୁସ୍ଥ ଥିବା ନେଇ ଜେଲ କର୍ତ୍ତୁପକ୍ଷଙ୍କୁ ସୂଚନା ଦେଇଥିଲେ । ଏନେଇ ତାଙ୍କୁ ରୋହତକର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପିଜିଆଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି ତାଙ୍କୁ ମେଦାନ୍ତ ନିଆଯାଇଥିଲା । ସେଠାରେ ପ୍ରାଥମକ ପରୀକ୍ଷା ପରେ ସେ କରୋନା ପଜିଟିଭ୍ ଥିବା କଥା କୁହାଯାଇଛି ।
ସୂଚନା ଥାଉକି ୨୦୧୭ ଅଗଷ୍ଟ ୨୫ ତାରିଖରୁ ରାମ ରହିମ ଜେଲରେ ଅଛନ୍ତି । ପଞ୍ଚକୁଲ ସ୍ଥିତି ସିବିଆଇର ବିଶେଷ ଅଦାଲତ ତାଙ୍କୁ ଜଣେ ମାତାଜୀଙ୍କ ଧର୍ଷଣ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ୧୬ ବର୍ଷ ପୁରୁଣା ଏହି ଘଟଣାରେ କୋର୍ଟ ଗୁରମିତ ରାମ ରହିମଙ୍କ ସହିତ କୁଲଦୀପ ସିଂ, ନିର୍ମଲ ସିଂ ଓ କୃଷ୍ଣ ଲାଲଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଥିଲା କୋର୍ଟ ।