ପରିବା ବିକାଳୀରୁ ସାଇବର କ୍ରାଇମ ଦୁନିଆର ବାଦଶାହ : WFH ର ଲୋଭ ଦେଖାଇ ୨୧ କୋଟି ଟଙ୍କାର ଠକେଇ

67

ପୋଲିସ ଏହି ଦୁର୍ଦ୍ଦାନ୍ତ ଅପରାଧୀ କୁ ତା ବ୍ୟାଙ୍କ ଆକାଉଣ୍ଟରୁ ଅନୁସନ୍ଧାନ କରି ଗିରଫ କରିଥିଲା । ସେ ଟଙ୍କା ଟ୍ରାନ୍ସଫର କରିବାକୁ ଲୋକମାନଙ୍କୁ ଏହି ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରଦାନ କରିଥିଲା ।

ସାଇବର ଠକେଇ ଅଭିଯୋଗରେ ଗୁରୁଗ୍ରାମ ପୋଲିସ ଜଣେ ୨୭ ବର୍ଷ ବୟସ୍କ ଯୁବକକୁ ଗିରଫ କରିଛି । ସେ ୱାର୍କ ଫ୍ରମ ହୋମ (WFH)ରେ ଭଲ ରୋଜଗାରର ଲୋଭ ଦେଖାଇ  ଲୋକଙ୍କୁ ଠକୁଥିଲା ।

ସେ ଲୋକଙ୍କଠୁ ପ୍ରାୟ ୨୧ କୋଟିରୁ ଅଧିକ ଟଙ୍କା ଠକି ନେଇଯାଇଛି । ଏହି ବ୍ୟକ୍ତି ଅନଲାଇନ୍ ଠକେଇ ପୂର୍ବରୁ ପନିପରିବା ବିକ୍ରି କରୁଥିଲା ।  କୋଭିଡ -19 ମହାମାରୀ ହେତୁ ତାର ବ୍ୟବସାୟ ବନ୍ଦ ହେଇଯାଇଥିଲା । ଅଳ୍ପ ପରିଶ୍ରମରେ ଧନ ରୋଜଗାର କରିବା ଆଶାରେ  ସେ ଅପରାଧ ଜଗତରେ ପ୍ରବେଶ କରିଥିଲା । ଅଭିଯୁକ୍ତ ଜଣକ ସେକ୍ଟର- ୯ ର ବାସିନ୍ଦା ରିଷଭ ଶର୍ମା ବୋଲି ଜଣାପଡିଛି । ୧୦ ଟି ରାଜ୍ୟରେ ତା ବିରୋଧରେ ୩୭ ଟି ଠକେଇ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ସେ ଅନ୍ୟ ୮୫୫ ଟି  ମାମଲାରେ ସହ-ଅଭିଯୁକ୍ତ ଅଛି ।

ସୂଚନାନୁସାରେ ଉତ୍ତରାଖଣ୍ଡ ପୋଲିସ ଟିମ୍ ଅକ୍ଟୋବର ୨୮ ରେ ପୀଡିତାଙ୍କୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଖୋଳତାଡ କରି ତାକୁ ଗିରଫ କରିଥିଲା । ରିଷଭ ଏକ ବିଦେଶୀ ଅପରାଧ ସଂଗଠନ(କାର୍ଟେଲ) ଅଧୀନରେ କାମ କରୁଥିଲା । ସେ  ହାୱାଲା ଏବଂ କ୍ରିପ୍ଟୋକରେନ୍ସି ମାଧ୍ୟମରେ ଚୀନ୍, ସିଙ୍ଗାପୁର ଏବଂ ହଂକଂ ଭଳି ଦେଶକୁ ଟଙ୍କା ପଠାଉଥିବାର ଅଭିଯୋଗ ଉପରେ ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି । ସେ ମାତ୍ର ଛଅ ମାସ ପୂର୍ବରୁ ଏହି ଜାଲିଆତି ଧନ୍ଦାରେ ପ୍ରବେଶ କରିଥିଲା । ଏହି ଠକେଇ ମାଧ୍ୟମରେ ମାତ୍ର ଛଅ ମାସ ମଧ୍ୟରେ ୨୧  କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା ।  ଏହି ଅର୍ଥର ଅଧିକାଂଶ ଭାଗ  ଅନ୍ତର୍ଜାତୀୟ ଗ୍ୟାଙ୍ଗ ପାଇଁ କରିଥିବା କାମରୁ କମିଶନ ଆକାରରେ ତାକୁ ମିଳିଥିଲା ।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ କିଛି ବର୍ଷ ପୂର୍ବରୁ ସେ ଫରିଦାବାଦରେ ପନିପରିବା ଏବଂ ଫଳ ବିକ୍ରି କରୁଥିଲା । ଅନ୍ୟ ବ୍ୟବସାୟୀଙ୍କ ପରି ସେ ମଧ୍ୟ କରୋନା ମହାମାରୀରେ ବହୁ କ୍ଷତି ସହିଥିଲା ଏବଂ ତାକୁ  ବ୍ୟବସାୟ ବନ୍ଦ କରିବାକୁ ପଡିଥିଲା । ଏହା ପରେ ସେ ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ WFH ରେ କାମ କରିଥିଲା ।  ଏହି କାମ କରିବା ସମୟରେ ସେ ଜଣେ ନିଜର ପୁରୁଣା ବନ୍ଧୁଙ୍କୁ ଭେଟିଥିଲା  ଯିଏ ପୂର୍ବରୁ ଅନଲାଇନ୍ ଠକେଇ କାରବାରରେ ଜଡିତ ଥିଲା ।

ଏହି ମାମଲାରେ ଡେରାଡୁନ୍ ଡିସିପି (ସାଇବର ପୋଲିସ୍) ଅଙ୍କୁଷ ମିଶ୍ର କହିଛନ୍ତି ଯେ ମାତ୍ର ଛଅ ମାସ ମଧ୍ୟରେ ଜାଲିଆତି କରି ଅଭିଯୁକ୍ତ ୨୧ କୋଟି ଟଙ୍କା ଆୟ କରିଛି । ଅନଲାଇନ୍ ଠକେଇ ପାଇଁ ରିଷଭକୁ ତା ସାଙ୍ଗ ଫୋନ୍ ନମ୍ବରର ଏକ ଡାଟାବେସ୍ ଯୋଗାଇ ଦେଇଥିଲା । ଏବଂ ତାଙ୍କୁ ଚାକିରି ଅଫର ଦେବା ପାଇଁ ଲୋକଙ୍କୁ ମନାଇବା ପାଇଁ ଟିପ୍ସ ଦିଆଯାଇଥିଲା । ରିଷଭଙ୍କର ଶେଷ ଶିକାର ଥିଲେ  ଡେରାଡୁନର ଜଣେ ବ୍ୟବସାୟୀ ।  ଯାହାଙ୍କଠୁ ସେ ୨୦ ଲକ୍ଷ ଟଙ୍କା ଠକେଇ ନେଇଯାଇଥିଲା । ଲିସ୍ କହିଛନ୍ତି ଯେ୨୭ ବର୍ଷୀୟ ଅଭିଯୁକ୍ତ ପ୍ରଥମେ ମ୍ୟାରିଅଟ୍ marrittwork.com ର ଏକ ଜାଲ୍ ୱେବସାଇଟ୍ ତିଆରି କରିଥିଲା । ଏହା ଷ୍ଟାର ହୋଟେଲ ଶୃଙ୍ଖଳାର ମୂଳ ୱେବସାଇଟ୍ – marritt.com ପରି ଅବିକଳ ଦେଖାଯାଉଥିଲା ।