ଗତ କିଛି ମାସ ହେଲା ଟୋଲ୍ ପ୍ଲାଜାରେ ଦୂର୍ଘଟଣା ବଢିବାରେ ଲାଗିିଛି । ଗତଥର ଗୁଡଗାଓଁର ଏକ ଟୋଲ୍ ପ୍ଲାଜାରେ ବେପରୁଆ କାର୍ ଚାଳକଙ୍କୁ ଚାଲାଣ କାଟିବା ସମୟରେ ଯେତେବେଳେ ଟଙ୍କା ମଗାଗଲା କର୍ମଚାରୀଙ୍କୁ ମାଡ ମାରି ଚାଳକ ଫେରାର୍ ହୋଇଯାଇଥିଲା । ଏବେ ଗୁଡଗାଓଁରେ ଏଭଳି ଆଉ ଏକ ଖବର ସାମ୍ନାକୁ ଆସିଛି । ଜଣେ ମହିଳା କର୍ମଚାରୀଙ୍କୁ ଜଣେ ବ୍ୟକ୍ତି ଟୋଲ୍ ଟ୍ୟାକ୍ସ ଦେବାକୁ ମନା କରି ଚାପୁଡା ମାରିଥିଲେ ଏହାର ଜବାବରେ ମହିଳା ଜଣକ ବ୍ୟକ୍ତିଙ୍କ ଚୁଟି ଧରିନେଇଥିଲେ । ଏହାପରେ ବ୍ୟକ୍ତିଜଣକ ମଧ୍ୟ ମହିଳା କର୍ମଚାରୀଙ୍କ ଚୁଟି ଧରି ପିଟିବାକୁ ଲାଗିଥିଲେ ।
India Ki Beti teaches a lesson to brutes!
Shout out for female toll collector at Gurgaon's Kherki Daula toll plaza who handled a goon-like commuter who tried to beat her when she didn’t allow him to pass without his identification card
Well done Kudiye! @CMOHry@mlkhattarpic.twitter.com/PfRAYqn6yQ— Manjinder S Sirsa (@mssirsa) August 29, 2019
ପୋଲିସର କହିବାନୁସାରେ , ଏହି ଘଟଣା ଖେଡକୀର ଘୋଲା ଟୋଲ୍ ପ୍ଲାଜାରେ ହୋଇଛି ଏବଂ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ଦେଖାଯାଉଛି ଯେ ମହିଳା କର୍ମଚାରୀ ଜଣକ ଅନ୍ୟ ପୁରୁଷ କର୍ମଚାରୀଙ୍କ ସହ ବୁଥ୍ ଭିତରେ ଟୋଲ୍ ପ୍ଲାଜାରେ ଠିଆ ହୋଇଛନ୍ତି ଏବଂ ଅନ୍ୟ କର୍ମଚାରୀ ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତିି । ତେବେ ଘଟଣାର ୨ ଘଣ୍ଟା ପରେ ହିଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/f4d66c2a-ca8d-11e9-80e5-a7e5951f3eba.jpg)