କନକ ବ୍ୟୁରୋ: ଗୁରୁଗ୍ରାମର ବଳଦେବ ନଗରରେ ରହୁଥିବା ଦିବ୍ୟା ପାହୁଜାଙ୍କ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲିଙ୍କ ସହ ବନ୍ଧୁତା ଥିଲା। ଦିବ୍ୟା ବ୍ୟାଚେଲର ଅଫ୍ କମର୍ସରେ ନାମ ଲେଖାଇଥିଲେ ଏବଂ ଏହି ସମୟରେ ମଡେଲିଂ ଆରମ୍ଭ କରିଥିଲେ । ଦିବ୍ୟାଙ୍କ ପିତା ଦିବ୍ୟାଙ୍ଗ ଏବଂ ସେ ଜଣେ ପରିବା ଓ ଫଳ ବିକ୍ରେତା । ଏବେ ତାଙ୍କ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଦିବ୍ୟା ପାହୁଜା କିଏ?

Advertisment

ଗୁରୁଗ୍ରାମର ବଳଦେବ ନଗରରେ ରହୁଥିବା ଦିବ୍ୟା ପାହୁଜାଙ୍କ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲିଙ୍କ ସହ ବନ୍ଧୁତା ଥିଲା। ଦିବ୍ୟା ବିକମ୍ ପଢ଼ିବା ପାଇଁ ନାମ ଲେଖାଇଥିଲେ ଏବଂ ଏହି ସମୟରେ ସେ ମଡେଲିଂ ଆରମ୍ଭ କରିଥିଲେ। ଦିବ୍ୟାଙ୍କ ବାପା ଦିବ୍ୟାଙ୍ଗ ଏବଂ ପନିପରିବା ଓ ଫଳ ବିକ୍ରି କରିବା ବ୍ୟତୀତ ସେ ଅଣ୍ଡା ବି ବିକ୍ରି କରୁଥିଲେ। ତାଙ୍କର ଜଣେ ସାନ ଭଉଣୀ ଓ ପିତାମାତା ଅଛନ୍ତି। ୨୦୧୬ରେ ଦିବ୍ୟାଙ୍କୁ ୧୮ ବର୍ଷ ହୋଇଥିବା ବେଳେ ଗିରଫ କରାଯାଇଥିଲା। ଏବେ ୭ ବର୍ଷ ପରେ ୨୦୨୩ରେ ସେ ଜେଲରୁ ବାହାରିଥିଲେ। ଗ୍ୟାଙ୍ଗଷ୍ଟର ହତ୍ୟା ମାମଲାରେ ଦିବ୍ୟାଙ୍କ ମା'ଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଦିବ୍ୟାଙ୍କୁ କାହିଁକି କରାଗଲା ହତ୍ୟା?
ଦିବ୍ୟା ପହୁଜା ଅଭିଯୁକ୍ତ ହୋଟେଲ ମାଲିକ ଅଭିଜିତ ସିଂହଙ୍କ ବନ୍ଧୁ ଥିଲେ। ଜାନୁଆରୀ ୨ ତାରିଖରେ ଅଭିଯୁକ୍ତ ଅଭିଜିତ ସିଂହ ଦିବ୍ୟା ପହୁଜାଙ୍କ ସହ ହୋଟେଲ ସିଟି ପଏଣ୍ଟକୁ ଆସିଥିଲେ। ସେ ଦିବ୍ୟାଙ୍କ ଫୋନରୁ ନିଜର ଅଶ୍ଳୀଳ ଫଟୋ ଡିଲିଟ କରିବାକୁ ଚାହୁଁଥିଲେ, କିନ୍ତୁ ଦିବ୍ୟା ଫୋନର ପାସୱାର୍ଡ ଦେଇନଥିଲେ । ରାଗରେ ଅଭିଯୁକ୍ତ ଅଭିଜିତ୍ ଦିବ୍ୟା ପହୁଜାଙ୍କୁ ଗୁଳି କରି ହତ୍ୟା କରିଥିଲା। ପରେ ହୋଟେଲରେ ସଫେଇ ଓ ରିସେପ୍ସନ କାମରେ କାମ କରୁଥିବା ହେମରାଜ ଓ ଓମ୍ ପ୍ରକାଶଙ୍କ ସହ ମିଶି ମୃତଦେହକୁ ଏକ ବିଏମ୍ଡବ୍ଲ୍ୟୁ କାରରେ ରଖିଥିଲେ। ଏହାପରେ ଅଭିଯୁକ୍ତ ଅଭିଜିତ୍ ତାଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ଡାକି ମୃତଦେହକୁ ପୋତିବା ପାଇଁ ତାଙ୍କ କାର୍ ଦେଇଥିଲେ। କିନ୍ତୁ ମୃତଦେହ ଠିକଣା ଲଗାଇବାକୁ ଯାଉଥିବାବେଳେ ପୋଲିସ ହାବୁଡରେ ପଡିଯାଇଥିଲେ ।