ଜମ୍ମୁ କଶ୍ମୀର ଡିଡିସି ନିର୍ବାଚନ ଫଳାଫଳ ଉପରେ ରହିଛି ନଜର । ବିଜେପିକୁ ପଛରେ ପକାଇ ଆଗରେ ଗୁପକାର ମେଣ୍ଟ । ବିଜେପି ୭୩ ଓ ଗୁପକାର ମେଂଟ ୯୭ଟି ଆସନରେ ଆଗୁଆ

174

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦର ନିର୍ବାଚନୀ ଫଳାଫଳ ଆଜି ପ୍ରକାଶ ପାଇବ । ଜାରି ରହିଛି ଭୋଟ ଗଣତି । ୨୮୦ ସିଟରେ  ୮ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ୨ହଜାର ୧୭୮ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଘାଟିରୁ ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରରେ ଏହା ପ୍ରଥମ ନିର୍ବାଚନ । ଯାହାକୁ ନେଇ ସମସ୍ତଙ୍କର ନଜର ରହିଛି ।
ବିଜେପି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଗୁପକାର ଗଠବନ୍ଧନ ବିଜେପି ଠାରୁ ଆଗରେ ଥିବା ଦେଖିବାକୁ ମିଳିଛି । ବିଜେପି, କଂଗ୍ରେସ, ପିପୁଲସ ଏଲାଏନ୍ସ ଫର ଗ୍ରୁପକାର ମଧ୍ୟରେ ଚାଲିଛି ଟକ୍କର । ୭ଟି ଦଳ ମିଶି କରିଛନ୍ତି ଗୁପକାର ମେଂଟ । ବିଜେପିକୁ ପଛରେ ପକାଇ ଦେଇଛି ଗୁପକାର ମେଂଟ ।
ବିଜେପି ୭୩ଟି ଆସନରେ ଆଗୁଆ ଥିବା ବେଳେ ଏବଂ ଗୁପକାର ମେଂଟ ୯୭ଟି ସିଟରେ ଆଗୁଆ ରହିଛି । କଂଗ୍ରେସ ୨୫ଟି ଆସନରେ ଆଗୁଆ ଥିବା ବେଳେ ଅପନି ପାର୍ଟି ୧୨ ଏବଂ ଅନ୍ୟାନ ଦଳ ୭୧ଟି ଆସନରେ ଆଗୁଆ ଅଛନ୍ତି । ଜମ୍ମୁକଶ୍ମୀରରେ ୨୮୦ଟି ଆସନ ପାଇଁ ୮ଟି ପର୍ଯ୍ୟାୟରେ ହୋଇଥିଲା ମତଦାନ ।