ଗୁଣୁପୁର ଟ୍ରିପଲ ମର୍ଡର ଘଟଣା: ଗୁଣୁପୁର ଏଡିଜେ ଶୁଣାଇଥିବା ଫାଶି ଦଣ୍ଡାଦେଶଙ୍କୁ କାଏମ ରଖିଲେ ରାୟଗଡା କୋର୍ଟ

137

କନକ ବ୍ୟୁରୋ: ଟ୍ରିପଲ ମର୍ଡର ଘଟଣାରେ ଗୁଣୁପୁର ଏଡିଜେ କୋର୍ଟ ଶୁଣାଇଥିବା ଫାଶି ଦଣ୍ଡାଦେଶର ପୁନଃ ଶୁଣାଣି କରି ରାୟକୁ କାଏମ ରଖିଛନ୍ତି ରାୟଗଡା ଜିଲ୍ଳା ଓ ଦୌରା ଜଜ୍ । ଗୁଣୁପୁର ବ୍ଲକ କିତୁଙ୍ଗ୍ ଗାଁର ଗୁଣଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଥିଲା । ୨୦୧୬ ସେପ୍ଟେମ୍ବର ୯ ତାରିଖରେ ବାପା, ମାଆ ଓ ଝିଅକୁ ହତ୍ୟା କରି ଗିରଫ ହୋଇଥିଲେ ୯ ଜଣ ।

୨୦୧୮, ଏପ୍ରିଲ ୧୩ ତାରିଖରେ ସେମାନଙ୍କୁ ଦୋଷୀ ସାବ୍ୟସ୍ଥ କରିଥିଲେ ଗୁଣୁପୁର ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ । ଦୋଷୀମାନେ ଏହି ରାୟକୁ ଚ୍ୟାଲେଂଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାରେ ହସ୍ତକ୍ଷେପ କରି ଶୁଣାଣି କରିବା ପାଇଁ ପ୍ରଥମେ ଗୁଣୁପୁର ରାୟଗଡା ଜିଲ୍ଲା ଓ ଦୌରା ଜଜ୍ଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ ।

aଆଜି ଜିଲ୍ଲା ଦୌରା ଜଜ୍ ଏହି ମାମଲାରେ ପୁନର୍ବିଚାର କରି ରାୟ ଶୁଣାଇଛନ୍ତି । ୯ ଜଣ ଦୋଷୀଙ୍କୁ ଦୋଷୀ ସାବ୍ୟସ୍ତ କରି ପୂର୍ବରୁ ଦିଆଯାଇଥିବା ରାୟକୁ କାଏମ ରଖିଛନ୍ତି । ଅର୍ଥାତ୍ ଗୁଣୁପୁର ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ଶୁଣାଇଥିବା ଫାଶି ଦଣ୍ଡାଦେଶକୁ କାଏମ ରଖିଛନ୍ତି ।