କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଇଁ ସରଗରମ ହେଲାଣି ଗୁଣୁପୁର ରାଜନୀତି । ଏକଦା କଂଗ୍ରେସ ଦଳର ଦୁର୍ଗ ଭାବେ ପରିଚିତ ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକଟ ପାଇଁ ୭ ଜଣରୁ ଉର୍ଦ୍ଧ ଅନଲାଇନରେ ଆବେଦନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଶାୟୀଙ୍କ ମଧ୍ୟରେ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମ୍ପର୍କୀୟ ପରିବାରରୁ ୪ ଜଣ ଟିକଟ୍ ଦୌଡରେ ରହିଛନ୍ତି ।
ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟ କଡ଼ା ଟକ୍କର ହେଇଥିଲା । ବିଜେଡିର ରଘୁନାଥ ଗମାଙ୍ଗ ୪୮ ହଜାର ୮୩୯ ଭୋଟ ପାଇ ବିଜୟୀ ହୋଇଥିଲେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳରେ କାହାକୁ ମିଳିବ ଦଳୀୟ ଟକେଟ୍ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ନିଜ ନିଜ ସମର୍ଥକଙ୍କୁ ନେଇ ଟିକେଟ୍ ପାଇଁ ଲବି କରୁଛନ୍ତି ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/4-4.jpg)