କେତକୀଙ୍କ କୋପ ! ବିଜୟ ଶୋଭାଯାତ୍ରାରେ ନୂଆ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଚାପୁଡା ମାରିଲେ କଂଗ୍ରେସ ନେତ୍ରୀ

କେତକୀଙ୍କ କୋପ ! ବିଜୟ ଶୋଭାଯାତ୍ରାରେ ନୂଆ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଚାପୁଡା ମାରିଲେ କଂଗ୍ରେସ ନେତ୍ରୀ

କନକ ବ୍ୟୁରୋ : ରାୟଗଡା ଗୁଣପୁରରେ ଅଭାବନୀୟ ଘଟଣା । କଂଗ୍ରେସର ବିଜୟ ଶୋଭାଯାତ୍ରାରେ ନୂଆ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଚାପୁଡା ମାରିଲେ କଂଗ୍ରେସ ନେତ୍ରୀ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଂଗଙ୍କୁ ଚାପୁଡା ମାରିଥିବା ନେଇ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା କେତକୀ ଗମାଂଗ ସ୍ୱୀକାର କରିଛନ୍ତି । ପୋଲିସ କେତକୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି । କେତକୀ କହିଛନ୍ତି ଯେ ଚଳିତ ପଂଚାୟତ ନିର୍ବାଚନରେ ଜାଣିଶୁଣି ତାଙ୍କ ସ୍ୱାମୀଙ୍କୁ ଟିକଟ ଦିଆଯାଇନଥିଲା । ଯାହାକୁ ସେ ବିରୋଧ କରୁଛନ୍ତି । ସେପଟେ ପୁରୁଷୋତମ କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe