କନକ ବ୍ୟୁରୋ: ଓଡ଼ିଶା ଦେଉଛି ଭୋଟ୍ । ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ଜନତା । କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନରେ ଯାଉଥିବା ଗୁଣୁପୁର ବିଧାନସଭା ଗଡ ଦଖଲ କରିବ କିଏ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷିକଷି । କାରଣ ପ୍ରଥମ ପର୍ଯ୍ୟାୟ ମତଦାନରେ ଏଯାବତ୍ ଭୋଟ୍ ଦେଉଛନ୍ତି ଜନତା । ଆଉ ଗୁଣୁପୁର ଗଡ଼ରେ କଂଗ୍ରେସର ପୁରୁଣା ସିପାହୀ ବନାମ ବିଜେଡି- ବିଜେପିର ନୂଆ ଯୋଦ୍ଧା ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କାଯାଉଛି । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି ରହିଥିବାବେଳେ କମବ୍ୟାକ୍ କରିବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି କମର କଷିଛନ୍ତି । ହେଲେ ଆସନ୍ତା ମେ’ ୨୩ ତାରିଖ ଫଳାଫଳରେ ହିଁ ସବୁ ଆଶା ଆଶଙ୍କା ଉପରୁ ପରଦା ଉଠିବ ।
୨୦୧୯ର ଲଢେଇ
ବିଜେଡି: ରଘୁନାଥ ଗମାଙ୍ଗ
କଂଗ୍ରେସ: ପୁରୁଷୋତମ ଗମାଙ୍ଗ
ବିଜେପି: ଶିଶିର ଗମାଙ୍ଗ
୨୦୧୯-ବିଜେଡି: ରଘୁନାଥ ଗମାଙ୍ଗ
- ନୂଆ ଚେହେରା
- ଜିଲ୍ଲା ଯୋଗାଣ ଅଧିକାରୀ ଥିଲେ
- ସରକାରୀ ଚାକିରିରୁ ରାଜନୀତି
୨୦୧୯-କଂଗ୍ରେସ: ପୁରୁଷୋତମ ଗମାଙ୍ଗ
- ୨୦୧୪ରେ କମ୍ ଭୋଟ୍ରେ ହାରିଥିଲେ
- ବ୍ଲକ୍ ଚେୟାରମ୍ୟାନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିଲେ
- ଦ୍ୱିତୀୟଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି
୨୦୧୯-ବିଜେପି: ଶିଶିର ଗମାଙ୍ଗ
- ୨୦୦୯ରେ ପରାଜିତ ହୋଇଥିଲେ
- କଂଗ୍ରେସରୁ ବିଜେପିରେ ସାମିଲ ହୋଇଛନ୍ତି
- ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ
ମୈଦାନରେ ମହିଳା ପ୍ରାର୍ଥୀ
- ମହିଳା ପ୍ରାର୍ଥୀ ନାହାଁନ୍ତି
- ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ ନୂଆ ଚେହେରା
- ସରକାରୀ ଚାକିରିରୁ ରାଜନୀତିକୁ ଆସିଛନ୍ତି
- କଂଗ୍ରେସ ପ୍ରାର୍ଥୀ ପୁରୁଷୋତମ ଗମାଙ୍ଗ ୨୦୧୪ରେ ହାରିଥିଲେ
- ବିଜେପି ପ୍ରାର୍ଥୀ ଶିଶିର ଗମାଙ୍ଗ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ହାରିଥିଲେ, ପ୍ରଥମଥର ପାଇଁ ବିଜେପିରୁ ଲଢୁଛନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
- ଗୁଣୁପୁର, ରାମନାଗୁଡା, ପଦ୍ମପୁର, ଚନ୍ଦ୍ରପୁର ଏବଂ ଗୁଡାରି ବ୍ଳକ୍କୁ ନେଇ ଗୁଣପୁର ନିର୍ବାଚନ ମଣ୍ଡଳୀ ଗଠିତ ।
ଗୁଣୁପୁର ବିଧାନସଭା ଆସନ
- ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- ପୂର୍ବରୁ କଂଗ୍ରେସର ଗଡ ରହିଆସିଥିଲା ଗୁଣୁପୁର
- ୨୦୧୪ରେ ତିନି ଦଳର ପ୍ରାର୍ଥୀ ବଦଳିଥିଲେ
- ୨୦୧୯ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀ ବଦଳିଛନ୍ତି
- ପୂର୍ବରୁ ଭାଗିରଥୀ ଗମାଙ୍ଗ ୭ଥର ବିଧାୟକ ରହିଛନ୍ତି
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୬୪୧
- ମତ ଦେଇଥିଲେ – ୧ ଲକ୍ଷ ୪୩ ହଜାର ୦୭୯
- ଭୋଟଦାନ ହାର – ୭୩.୮୯%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ତ୍ରିନାଥ ଗମାଙ୍ଗ ବିଜେଡି ୫୯୫୨୭ ୪୧.୬୦% ବିଜୟୀ
ପୁରୁଷୋତମ ଗମାଙ୍ଗ କଂଗ୍ରେସ ୫୨୧୪୧ ୩୬.୪୪% ପରାସ୍ତ
ରାମମୂର୍ତି ଗମାଙ୍ଗ ବିଜେପି ୧୫୫୯୬ ୧୦.୯୦% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ତ୍ରିନାଥ ଗମାଙ୍ଗ
ଦଳ - ବିଜେଡି
ଭୋଟ - ୫୯୫୨୭
ପ୍ରତିଶତ - ୪୧.୬୦%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ରାମମୂର୍ତି ଗମାଙ୍ଗ
ଦଳ - ବିଜେପି
ଭୋଟ - ୧୫୫୯୬
ପ୍ରତିଶତ - ୧୦.୯୦%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ପୁରୁଷୋତମ ଗମାଙ୍ଗ
ଦଳ - କଂଗ୍ରେସ
ଭୋଟ - ୫୨୧୪୧
ପ୍ରତିଶତ - ୩୬.୪୪%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ତ୍ରିନାଥ ଗମାଙ୍ଗ ଜିତିଥିଲେ
- ୫୯ ହଜାର ୫୨୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ପୁରୁଷୋତମ ଗମାଙ୍ଗଙ୍କୁ ପରାସ୍ତ କରିଥିଲେ
- ୭ ହଜାର ୩୮୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୮ ହଜାର ୬୮୦
- ମତ ଦେଇଥିଲେ – ୧ ଲକ୍ଷ ୭ ହଜାର ୯୩୪
- ଭୋଟଦାନ ହାର – ୬୦.୯୧%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରାମମୂର୍ତି ମୁତିକା ବିଜେଡି ୪୧୬୮୭ ୩୮.୬୨% ବିଜୟୀ
ଶିଶିର କୁମାର ଗମାଙ୍ଗ କଂଗ୍ରେସ ୨୨୯୩୮ ୨୧.୨୫% ପରାସ୍ତ
ଅଶ୍ୱୀନ ଗମାଙ୍ଗ ବିଜେପି ୧୨୪୪୧ ୧୧.୫୩% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ରାମମୂର୍ତି ମୁତିକା
ଦଳ - ବିଜେଡି
ଭୋଟ - ୪୧୬୮୭
ପ୍ରତିଶତ - ୩୮.୬୨%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଅଶ୍ୱୀନ ଗମାଙ୍ଗ
ଦଳ - ବିଜେପି
ଭୋଟ - ୧୨୪୪୧
ପ୍ରତିଶତ - ୧୧.୫୩%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଶିଶିର କୁମାର ଗମାଙ୍ଗ
ଦଳ - କଂଗ୍ରେସ
ଭୋଟ - ୨୨୯୩୮
ପ୍ରତିଶତ - ୨୧.୨୫%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ରାମମୂର୍ତି ମୁତିକା ବିଜୟୀ ହୋଇଥିଲେ
- ୪୧ ହଜାର ୬୮୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଶିଶିର କୁମାର ଗମାଙ୍ଗଙ୍କୁ ପରାସ୍ତ କରିଥିଲେ
- ୧୮ ହଜାର ୭୪୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ
- ସିପିଆଇ ପ୍ରାର୍ଥୀ ତ୍ରିପତି ଗମାଙ୍ଗ ୧୨୮୯୦ ଖଣ୍ଡ ଭୋଟ୍ ପାଇ ତୃତୀୟରେ ରହିଥିଲେ ।
- ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ ତିନି ଦଳର ପ୍ରାର୍ଥୀ ବଦଳିଥିଲେ
- ରାମମୂର୍ତି ମୁତିକାଙ୍କ ବଦଳରେ ତ୍ରିନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି
- ଅଶ୍ୱୀନ ଗମାଙ୍ଗଙ୍କ ସ୍ଥାନରେ ରାମମୂର୍ତି ଗମାଙ୍ଗ ବିଜେପି ପ୍ରାର୍ଥୀ ହୋଇଥିଲେ
- କଂଗ୍ରସ, ଶିଶିର ଗମାଙ୍ଗଙ୍କ ବଦଳରେ ପୁରୁଷୋତମ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା