ବିହାର ମୁଙ୍ଗେରରୁ ଡି-ବ୍ରଦର୍ସଙ୍କ ଘରକୁ ଆସୁଥିଲା ବନ୍ଧୁକ । ଜେଲରେ ରହି ଅପରାଧ ସାମ୍ରାଜ୍ୟ କେମିତି ଅପରେଟ୍ କରୁଥିଲେ ଧଳସାମନ୍ତ? ଅଧିକ ତଥ୍ୟ ପାଇଁ ଦୁଇ ଭାଇଙ୍କୁ ରିମାଣ୍ଡରେ ନେଇ ପାରେ ପୁଲିସ

432

କନକ ବ୍ୟୁରୋ : ଧଳସାମନ୍ତଙ୍କ ଘରେ ପୋଲିସ ଚଢାଉ ନେଇ ସାମ୍ବାଦିକ ସମ୍ମିଳନ କରି ପୁରା ତଥ୍ୟ ଦେଇଛନ୍ତି ପୁଲିସ କମିଶନର । ଧଳସାମନ୍ତଙ୍କ ଘରୁ ୧୬ଟି ବନ୍ଧୁକ, ହଜାରେ ୯୫ଟି ଗୁଳି ମିଳିଛି । ଏକ ସିକ୍ରେଟ ଚାମ୍ବର ଭିତରେ ଏସବୁ ଲୁଚାଇ ରଖାଯାଇଥିଲ । ଏହି ବନ୍ଧୁକ ଗୁଡ଼ିକ ବିହାରର ମୁଙ୍ଗେରରୁ ଆସୁଥିଲା । ଘରେ ଆହୁରୀ ବନ୍ଧୁକ ଓ ଗୁଳି ଲୁଚାଯାଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଧଳସାମନ୍ତ ଭାଇଙ୍କୁ ପୋଲିସ ରିମାଣ୍ଡରେ ନେବ ।

ଛିନତାଇ କରୁଥିବା ୫ଜଣଙ୍କୁ ଗିରଫ କରାଯାଇଛି । ଦାଦାବଟି ଓ ଛିନତାଇ ନେଇ ମୋଟ ୮ଜଣଙ୍କୁ ଗିରଫ କରାଯାଇଛି । ଧଳସାମନ୍ତ ବ୍ରଦର୍ସଙ୍କ ଘରେ ଆଜି ପୁଣି ପୋଲିସର ଚଢଉ କରାଯାଇଥିଲା । କଟକ ସଡିଏ ସ୍ଥିତ ଘରେ ପୁଲିସ ଚଢାଉ କରିଥିଲା । ଗତକାଲି ଚଢାଉ କରି ବନ୍ଧୁକ ଓ ମାରଣାସ୍ତ୍ର ଜବତ କରାଯାଇଥିଲା । ଖାନତଲାସି ବେଳେ କେଉଁଠୁ ଆସୁଥିଲା ମାରଣାସ୍ତ୍ର ସେ ନେଇ ପୁଲିସ ହାତରେ ତଥ୍ୟ ଲାଗିଛି ।

ଗ୍ୟାଙ୍ଗଷ୍ଟର ଘରକୁ ମାରଣାସ୍ତ୍ର ଯୋଗାଉଥିବା ବ୍ୟକ୍ତି ହେଉଛନ୍ତି ଧଳସାମନ୍ତ ବ୍ରଦର୍ସଙ୍କ କେୟାର ଟେକର । ପୋଲିସ ପୂର୍ବରୁ ଡି-ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା ବେଳେ ମିଳିଥିବା କିଛି ତଥ୍ୟ ଆଧାରରେ ପୋଲିସ ଏହି ଚଢଉ କରିଛି । ଆଗକୁ ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିବ ପୁଲିସ । ସେଥିପାଇଁ ଖୁବ୍ ଶୀଘ୍ର ପୁଲିସ କୋର୍ଟରେ ଆବେଦନ କରିବ ବୋଲି ସିପି କହିଛନ୍ତି ।