କନକ ବ୍ୟୁରୋ: ଆମେରିକାର ଟେକ୍ସାସରେ ପୁଣି ଗୁଳିକାଣ୍ଡ । ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ ଯୋଗୁଁ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡରେ ୨୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଥିରେ ତିନି ସନ୍ଦିଗ୍ଧଙ୍କୁ ଟେକ୍ସାସ ପୁଲିସ ଗିରଫ କରିଛି ।

Advertisment

ଗତକାଲି ଟେକ୍ସାସ୍ ଅନ୍ତର୍ଗତ ଏଲ୍ ପାସୋସ୍ଥିତ ଓ୍ଵାଲମାର୍ଟରେ ଜଣେ ରାଇଫଲଧାରୀ ବ୍ୟକ୍ତି ଗୁଳି ଚଳାଇବାରୁ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ସମୟରେ ଷ୍ଟୋରରେ ଥିବା ଅଧିକାଂଶ ଲୋକେ ଶୀକ୍ଷାର୍ଥୀଙ୍କ ବ୍ୟବହାର‌୍ୟ୍ୟ ସ୍କୁଲ୍ ସାମଗ୍ରୀ ଖରିଦ କରୁଥିଲେ। ସାମ୍ବାଦିକ ସମ୍ମିଳନୀରେ ମୃତ୍ୟୁସଂଖ୍ୟା ଘୋଷଣାପୂର୍ବକ ଟେକ୍ସାସ୍ ଗଭର୍ଣ୍ଣର୍ ଗ୍ରେଗ୍ ଏବୋଟ୍ କହିଲେ, ଏଇଟା ହେଉଛି ଟେକ୍ସାସ୍ ଇତିହାସରେ ଭୟାବହ ଦିନମାନଙ୍କ ମଧ୍ୟରୁ ଗୋଟିଏ। ଏଲ୍ ପାସୋ ପୁଲିସ ମୁଖ୍ୟ ଗ୍ରେଗ୍ ଆଲେନ୍ କହିଛନ୍ତି ଯେ ସିକ୍ୟୁରିଟି କ୍ୟାମେରା ଫଟୋ ଦେଖି ସନ୍ଦିଗ୍ଧକୁ ହାଜତକୁ ନିଆଯାଇଛି। ସେଥିରେ ଦେଖାଯାଉଛି ଜଣେ ଗୋରା ଯୁବକ ଚଷମା, ଖାକି ପ୍ୟାଣ୍ଟ୍, ଏବଂ କଳା ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି ଓ ଧରିଛନ୍ତି ଗୋଟାଏ ଆସଲ୍ଟ୍-ଷ୍ଟାଇଲ୍ ରାଇଫଲ୍। ସେ ହେଡଫୋନ୍ କିମ୍ବା ଇୟର୍ ଡିଫେଣ୍ଡରସ୍ ପିନ୍ଧିଥିବା ପରି ମନେହେଉଛି। ସେପଟେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।