ବ୍ରିଟାନିଆର ସିସିଓ ହେବେ ବାଟାର ସିଇଓ । କମ୍ପାନୀ ସମ୍ଭାଳିବେ ଗୁଞ୍ଜନ ଶାହା

190

କନକ ବ୍ୟୁରୋ : ଦେଶର ପ୍ରମୁଖ ଜୋତା ନିର୍ମାତା କମ୍ପାନୀ ‘ବାଟା’ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜର ପୂର୍ବତନ ମୁଖ୍ୟ ବ୍ୟବସାୟିକ ଅଧିକାରୀ ଗୁଞ୍ଜନ ଶାହାଙ୍କୁ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛି । ବାଟାର ପୂର୍ବତନ ବ୍ୟବସାୟିକ ମୁଖ୍ୟ ଥିବା ସନ୍ଦୀପ କଟାରିୟାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି । କଟାରିୟା ପୂର୍ବବର୍ଷ ନଭେମ୍ବର ମାସରେ ପଦୋନ୍ନତି ପାଇ ବାଟା ବ୍ରାଣ୍ଡସ୍ ର ବ୍ୟବସାୟିକ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା ।

ବାଟା ଇଣ୍ଡିଆ ପକ୍ଷରୁ ଶୁକ୍ରବାର ଦିନ କୁହାଯାଇଛି କି, ଶାହା ଜୁନ ମାସରେ ତାଙ୍କ କାମ ଆରମ୍ଭ କରିବେ । ଅନ୍ୟପଟେ ସନ୍ଦୀପ କଟାରିୟା କହିଛନ୍ତି କି ବାଟା ବିଶ୍ୱ ବଜାରରେ ଜୋତା ନିର୍ମାତା କମ୍ପାନୀ ଭାବେ ବେସ୍ ପରିଚିତ । ଗୁଞ୍ଜନ ଶାହାଙ୍କ ଭଳି ଅନୁଭବ ଥିବା ଲୋକ ନିଶ୍ଚିତ ଭାବେ ବାଟା ବ୍ରାଣ୍ଡକୁ ଉଚ୍ଚସ୍ତରରେ ପହଂଚାଇ ପାରିବେ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି ।

କହିରଖୁ କି ବାଟା ଇଣ୍ଡିଆ ପ୍ରତିବର୍ଷ ୪୭ ମିଲିୟନ ହଳ ଜୋତା ବିକ୍ରି କରୁଛି । ବାଟା ହେଉଛି ଦେଶର ସବୁଠାରୁ ବଡ ଜୋତା ରିଟେଲର କମ୍ପାନୀ । କମ୍ପାନୀ ବାଟା , ହସ ପପୀଜ, ନେଚୁରାଲାଇଜର, ପାୱର, ମେରୀ କ୍ଲେୟର, ବେନବ୍ରେନର, ନର୍ଥଷ୍ଟାର ଭଳି ବ୍ରାଣ୍ଡ ବିକ୍ରି କରିଥାଏ । ସାରା ଦେଶରେ ବାଟାର ୧୬ ଶହରୁ ଅଧିକ ରିଟେଲ ଷ୍ଟୋର ରହିଛି । ବାଟା ବାସ୍ତବରେ ସ୍ୱିଜରଲାଣ୍ଡର ବ୍ରାଣ୍ଡ, କିନ୍ତୁ ପୁରା ବିଶ୍ୱର ୭୦ ଟି ଦେଶରେ କାରବାର କରୁଛି ।