ନିଜର ଦୁଃଖ ବଖାଣିଲେ ଓସ୍କାର ବିଜେତା ଗୁନିତ ମୋଙ୍ଗା । କହିଲେ ପୁରସ୍କାର ଦେଲେ ହେଲେ …..

158

କନକ ବ୍ୟୁରୋ : ଓସ୍କାର ମଞ୍ଚରେ ଚଳିତ ଥର ଭାରତୀୟ ସିନେମାକୁ ନେଇ ବେଶ୍ ଚର୍ଚ୍ଚା ହୋଇଛି । ଦକ୍ଷିଣ ସିନେମା ଆରଆରଆରର ନାଟୁ ନାଟୁ ଗୀତରେ ହଲିଉଡ କଳାକାରମାନେ ନାଚିଥିଲେ ତ ସେହିଭଳି ପ୍ରଯୋଜକ ଗୁନିତ ମୋଙ୍ଗାଙ୍କ ପ୍ରାମାଣିକ ଚଳଚିତ୍ର ‘ଦ ଏଲିଫେଣ୍ଟ ହ୍ୱିସ୍ପର’ ଓସ୍କାର ପୁରସ୍କାର ଜିତି ଭାରତୀୟ ଜନତାଙ୍କୁ ଗର୍ବିତ କରିଥିଲା । ହେଲେ ଓସ୍କାର ୨୦୨୩ ମଞ୍ଚରେ ଗୁନିତଙ୍କୁ ପୁରସ୍କାର ଗ୍ରହଣ କରିବା ପରେ କିଛି କହିବାର ସୁଯୋଗ ମିଳିନଥିଲା । ଏହାକୁ ନେଇ ଏବେ ସେ ନିଜର ଦୁଃଖ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ଗୁନିତ ମାଙ୍ଗୋ ଓ ନିର୍ଦ୍ଦେଶକ କାର୍ତ୍ତିକୀ ଗୋଂସାଲେବ୍ସ ଓସ୍କାର ଜିତିବା ପରେ ମଞ୍ଚରେ କିଛି କହିବାକୁ ଚାହିଁଥିଲେ  । ହେଲେ ଆୟୋଜକ କମିଟି ତରଫରୁ କାର୍ତ୍ତିକଙ୍କୁ ତାଙ୍କର ବକ୍ତବ୍ୟ ସାରିବାକୁ ଦିଆଯାଇନଥିଲା । ସେପଟେ ଗୁନିତ ଯେତେବେଳେ ମଞ୍ଚରେ କିଛି କହିବାକୁ ଚାହିଁଥିଲେ ସେତେବେଳେ ମ୍ୟୁଜିକ ବା ଗୀତ ବଜାଇ ଦିଆଯାଇଥିଲା । ଗୁନିତ ବାଧ୍ୟ ହୋଇ ମଞ୍ଚ ଛାଡିଥିଲେ । ସେପଟେ ଗୁନିତଙ୍କ ପରେ ୨୦୨୩ ପାଇଁ ଶ୍ରେଷ୍ଠ ଆନିମେଟେଡ ସିନେମାର ନାମ ଘୋଷଣା କରାଯାଇଥିଲା । ଏଥିରେ ଚାର୍ଲି ମାର୍କସେ ଓ ମାଥ୍ୟୁ ଫ୍ରେଉଡ ଥିଲେ । ଏହି ଦୁଇଜଣଙ୍କୁ କିନ୍ତୁ ମଞ୍ଚରେ ନିଜର ବକ୍ତବ୍ୟ ରଖିବାକୁ ପୁରା ସମୟ ଦିଆଯାଇଥିଲା ।

୨୦୨୩ ଓସ୍କାର ମଞ୍ଚରେ ଗୁନିତ ମାଙ୍ଗୋଙ୍କ ସହ ହୋଇଥିବା ଏହି ଅନ୍ୟାୟକୁ ନେଇ ତାଙ୍କର ପ୍ରଶଂସକ ଓ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠିଥିଲା । କିଛି କହିଛନ୍ତି କି ଏଭଳି କରି ଓସ୍କାର ଆୟୋଜକ ଗୁନିତଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ଅନ୍ୟ କିଛି ଲୋକ ଗୁନିତ ବିଦେଶରେ ରଙ୍ଗଭେଦର ଶିକାର ହୋଇଛନ୍ତି । ଏବେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗୁନିତ ଏହି ଘଟଣାକୁ ନେଇ ଦୁଃଖିତ ଥିବା କଥା କହିଛନ୍ତି ।